ମୋ ଘର ପାଇଁ ଋଣ ପ୍ରଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ରାଜ୍ୟ ସରକାରଙ୍କ ପକ୍ଷରୁ ବାସଗୃହ ନିର୍ମାଣ ପାଇଁ ଆରମ୍ଭ ହୋଇଥିବା ମୋ ଘର ଋଣ ଯୋଜନା ଆଜି ଭଣ୍ଡାରିପୋଖରୀ ଠାରେ ଶୁଭାରମ୍ଭ ହୋଇଛି। ଏଥିରେ ବାସଗୃହ ନିର୍ମାଣ ପାଇଁ ଦୁଇଜଣ ହିତାଧିକାରୀଙ୍କୁ ୩ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପକ୍ଷରୁ ପ୍ରଥମ କରି ହିତାଧିକାରୀଙ୍କୁ ଋଣ ଯୋଗାଇ ଦିଆଯାଇଛି। ଏହି ଉପଲକ୍ଷେ ବ୍ଲକ କାର୍ଯ୍ୟାଳୟ ଠାରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମରେ ବିଡ଼ିଓ ଦେବଦତ୍ତ ଦାଶ, ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବିଚିତ୍ରା ନନ୍ଦ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଦୁଇଜଣ ହିତାଧିକାରୀଙ୍କୁ ଋଣ ବାବଦୀୟ ଚେକ ପ୍ରଦାନ କରିଥିଲେ। ନଗୁଆଁ ପଞ୍ଚାୟତର ସଞ୍ଜୟ ଦାସ ଓ ନେରଡ଼ା ପଞ୍ଚାୟତର ରମାକାନ୍ତ ବାରିକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ