ମୋ ଘର ହିତାଧିକାରୀ ନିରାଶ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ଏଵେ ହିତାଧିକାରୀ ମାନଙ୍କ ପାଇଁ ସତେ ଯେମିତି ସ୍ବପ୍ନ ପଲଟିଯାଇଛି। ବ୍ୟାଙ୍କ ମାନେ ଅସହଯୋଗ କରୁଥିବାରୁ ହିତାଧିକାରୀ ଚୟନ ପ୍ରକିୟା ବିଳମ୍ୱ ହେଉଥିବା ବେଳେ ଯୋଜନା ପାଇଁଁ କର୍ତ୍ତୃପକ୍ଷ ଋଣ ଦେବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଘର ଖଣ୍ଡେ ନିର୍ମାଣ ପାଇଁଁ ଋଣ ସକାଶେ ଆବେଦନ କରିଥିବା ହିତାଧିକାରୀ ଏବେ ସଂପୂର୍ଣ୍ଣ ନିରାଶ ହୋଇଛନ୍ତି। ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ବିଭିନ୍ନ ପଚାୟତରୁ ପ୍ରାୟ ୧୨୭୨ଜଣ ହିତାଧିକାରୀ ମୋ ଘର ଊଣ ପାଇଁଁ ଆବେଦନ କରିଥିଲେ।ସେଥି ମଧ୍ୟରୁ ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ନିକଟରୁ ୬୫, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୫୩୭,ଇଉକୋ ବ୍ୟାଙ୍କ ୨୦୯, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୧୨୮, ଇଣ୍ଡିଆନ୍ ବ୍ୟାଙ୍କ ୧୪୮, ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରୁ ୧୬୩ ଜଣ ହିତାଧିକାରୀ ଋଣ ପାଇଁଁ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ଏହାଛଡା ଅନ୍ୟାନ୍ୟ ବ୍ୟାଙ୍କ ନିକଟରୂ ମଧ୍ୟ ଋଣ ପାଇଁଁ ଆବେଦନ ହୋଇଥିଲା।ସେଥି ମଧ୍ୟରୁ ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ମାତ୍ର ଚାରି ଜଣଙ୍କୁ ଋଣ ସହାୟତା ପ୍ରଦାନ କରିଥିବା ବେଳେ ଅନ୍ୟ ବ୍ୟାଙ୍କ ଋଣ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ତେଣୁ ମୋ ଘର ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି।