ମୋ ଝିଅକୁ ଲାଗୁଛି ମୁଁ ବେକାର: କପିଲ ଶର୍ମା

ମୁମ୍ବାଇ : ହସର ପରଶ ବାଣ୍ଟୁଥିବା କପିଲ ଶର୍ମା ଘରେ ରହୁଥିବା ବେଳେ ନିଜ ପରିବାର ସହ ସମୟ ବିତାଉଛନ୍ତି । ନିଜ କୁନି ଝିଅ ସହ ନିଜର ସମୟ କାଟୁଥିବା କପିଲଙ୍କୁ ନିକଟରେ ପଚରାଯାଇଥିଲା, ଆପଣଙ୍କର କୁନି ଘିଅ ସହ ରୁଟ୍ଟିନ କ’ଣ? ସେ ଉତ୍ତର ଦେଇଥିଲେ, ଆଜିକାଲି ମୁଁ ସାରା ଦିନ ମୋ ଝିଅ ସହ ଖେଳୁଛି, ଖାଉଛି ଓ ଶୋଉଛି । ମାତ୍ର ମୋତେ ଲାଗୁଛି ସାରା ଦିନ ମୋତେ ଦେଖି ସେ ବୋର ହୋଇଗଲାଣି । ତାକୁ ଲାଗୁଛି ବୋଧେ ମୋ ବାପା କିଛି କରନ୍ତି ନାହିଁ । କପିଲ କହିଛନ୍ତି ଯେ ପୂର୍ବରୁ ମୋ ଝିଅ କେବଳ ତା’ ମା’ ପାଖରେ ହସୁଥିବା ବେଳେ ଏବେ ମୋ ପାଖରେ ମଧ୍ୟ ହସୁଛି । ଏଇ କିଛି ଦିନ ହେବ ସେ ମୋତେ ଚିହ୍ନିଗଲାଣି ଏବଂ ହସିବା ଆରମ୍ଭ କରିଦେଲାଣି । ତାଙ୍କ ଝିଅ ଅନାୟାରା ତାର ନାମକୁ ସାର୍ଥକ କରୁଛି । ଅନାୟରାର ଅର୍ଥ ଖୁସି ହୋଇଥିବା ବେଳେ ମୋ ଝିଅ ମୋ ଭଳି ବହୁତ ଖୁସିବାସୀ ବୋଲି ସେ କହିଛନ୍ତି । ଝିଅକୁ ମା’ଭଳି ସୁନ୍ଦର ବୋଲି ମଧ୍ୟ କହିଛନ୍ତି । ଏଥିସହ ଚୈତ୍ର ଅଷ୍ଟମୀରେ ସେ ନିଜ ଝିଅର ପୂଜା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ