ମୋ ଟିପଚିହ୍ନ

ମୋ ଟିପ ଚିହ୍ନ
ନେଇଗଲେ
ତୁମର ଖୁସି
କହିଲେ ନସରେ ।

ଥରେ ସାଧା କାଗଜ ଉପରେ
ମୋ ଟିପଚିହ୍ନ ମାଡିଦେଲେ
ତୁମକୁ ମିଳିଯାଏ କୋଟିନିଧି,
ଏଣେ ମୋ ପେଟରେ
ଜଳୁଥାଏ ଭୋକର ଅନଳ,
ମନରେ ସନ୍ତୁଳି ହେଉଥାଏ
ଅସୁମାରୀ ଅନ୍ତର୍ଦାହ,
ତୁମର ପ୍ରସ୍ତୁତି ଚାଲେ
ସର୍ବସ୍ବ ଲୁଟି ଖାଇବାର ଖାନଦାନ ।

ମୋର ଅଭିଯୋଗ କରିବାର
ଜୁ ନଥାଏ,
ମୁଁ ଜାଣି ନଥାଏ
ମୋ ନାଁରେ
କେତେ ଟଙ୍କା ଉଠାଇଲ
କେତେ କେଜି ଚାଉଳ ଖାଇଗଲ ।

ସେତିକି ବେଳେ ଜାଣେ
ଯେବେ ମୋ ନାଁରେ
ନୋଟିସ୍ ଆସେ
ଘର ନିଲାମ ହେବ,
ପୋଲିସ୍ ଗାଡି ଆସି
ହାତକଡା ପକାଇ
ଘୋଷାରି ନିଏ ଥାନାକୁ
ଭାରତୀୟ ପିଙ୍ଗଳ କୋଡର
ଧାରା ଲାଗିଚି କହି,
ମୋତେ ଦେଖାଇଦିଏ
ମୋ ବାମ ହାତ ଟିପଚିହ୍ନ
ତା ଉପରେ କିଏ
ତେଢାମେଢା ଅକ୍ଷରରେ
ଲେଖିଦେଇଥାଏ ମୋ ନାଁ
ମୁଁ ଦେଖିବା ବେଳକୁ
ମୋ ବାମ ଆଙ୍ଗୁଳି
କିଏ କାଟି ଦେଇଥାଏ
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ