‘ମୋ ଦେଶ ମୋ ମାଟି’ ଓ ଅମୃତ କଳସ ଶୋଭାଯାତ୍ରା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ତୁଳସୀ ମହିଳା ମହାବିଦ୍ୟାଲୟ ପରିସରରେ ନେହେରୁ ଯୁବ କେନ୍ଦ୍ର ଏବଂ ତୁଳସୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ‘ମୋ ଦେଶ ମୋ ମାଟି’ ଓ ଅମୃତ କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ପ୍ରମିଳାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସେନାବାହିନୀର ଅବସରପ୍ରାପ୍ତ ମେଜର ସୁବେଦାର ବ୍ରଜ କିଶୋର ସାହୁ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଅଧିକାରୀ ଗୋଲୀ ତିରୁପତୀ ରେଡି, ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ପଦ୍ମଜାକବି ଶତପଥୀ ଯୋଗଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଅମୃତ କଳସ ଶୋଭାଯାତ୍ରାରେ ଅମୃତ କଳସରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଓ ଅତିଥିମାନଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ ସହରବାସୀ ମାଟି ଦେଇଥିଲେ । ସ୍ୱେଛାସେବୀମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯିବା ସହ ପଞ୍ଚପ୍ରାଣ ଶପଥ ଗ୍ରହଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଅବସରପ୍ରାପ୍ତ ସେନା ଅଧିକାରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର +୩ ଛାତ୍ରୀ ବନ୍ୟା ବେହେରା ଏବଂ +୨ ଛାତ୍ରୀ ପ୍ରଭାସିନୀ ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ ହରପ୍ରିୟା ଦାସ, ରାଜଲକ୍ଷ୍ମୀ ସ୍ୱାଇଁ ସହଯୋଗ କରିଥିଲେ । ଶେଷରେ ନମିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।