“ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମର ଶୁଭାରମ୍ଭ

ବୁଗୁଡା, (ଅନିଲ କୁମାର ମହାରଣା):ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବୁଗୁଡା ବ୍ଳକର କରସିଙ୍ଗି ପଞ୍ଚାୟତର କରସିଙ୍ଗି ଗ୍ରାମରୁ ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ପ୍ରଥମେ କରସିଙ୍ଗି ଗ୍ରାମର ଠାକୁରାଣୀ ମନ୍ଦିର ଠାରେ ସମସ୍ତ ବିଜେପି କର୍ମୀ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରି ଗ୍ରାମର ଘରକୁ ଘର ବୁଲି ମାଟି କଳସରେ ମାଟି ସଂଗ୍ରହ କଟିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ହରିକୃଷ୍ଣ ସାହୁ, ଆଇନଜୀବୀ ହର ପ୍ରସାଦ ଦାସ, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ମହେଶ୍ୱର ପରିଡା, ରାଜେନ୍ଦ୍ର ପାତ୍ର, ପ୍ରସନ୍ନ ଡାକୁଆ, ଏସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ତାକରଡ଼ା ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ, କରଚୁଲି ସମିତିସଭ୍ୟ ଶ୍ରୀ ହର୍ଷ ପ୍ରଧାନ, କାର୍ତ୍ତିକ ମଙ୍ଗଳ, ନିରଞ୍ଜନ ଗୌଡ଼ଙ୍କ ସମେତ ବହୁ ଗ୍ରାମବାସୀ ମାଟି ସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ