ମୋ ଦେଶ ମୋ ମାଟି ପାଇଁ ମାଟି ସଂଗ୍ରହ

ନିମାପଡ଼ା, (ସନ୍ତୋଷ ଦାଶ):ସମଗ୍ର ଭାରତବର୍ଷ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ମୋଦେଶ ମୋ ମାଟି କାର୍ଯ୍ୟକ୍ରମ ଚାଲିଛି । ଶନିବାର ଦିନ ବିଜେପି ର ପୁରୀ ଜିଲ୍ଲା ଗୋପ ମଣ୍ଡଳ ର ସଭାପତି ସୌଦାମିନୀ ସେନାପତି ଙ୍କ ନେତୃତ୍ୱ ରେ ଗୋପ ପଂଚାୟତ ଓ ଏରବଙ୍ଗ ଓ ବେଦପୁର ପଂଚାୟତ ରେ ମାଟି ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ନାରୀନେତ୍ରୀ ତଥା ପୂର୍ଵତନ ରାଜ୍ୟ ବିଜେପି ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ ।ଗୋପ ଅଞ୍ଚଳ ର ବୀର ଶହୀଦ ମାନଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା। ଏଥି ସହିତ କୁସୁପୁର ର ରାମେଶ୍ୱର ପୀଠ, ଓ କୁଶଭଦ୍ରା ନଦୀ, ବୀର ଶହୀଦ ଶ୍ରୀରାମ ସିଂଙ୍କ ଉତ୍ତରାଧିକାରୀଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା । ଏରବଙ୍ଗ ର ବୟାଳିଶିବାଟି ଠାରେ ଥିବା ଗଙ୍ଗ ବଂଶର ଆରାଧ୍ୟ୍ୟ ଦେବୀ ମା ଗଂଗେଶ୍ବରୀ ମନ୍ଦିର, ସଂଘ ପରିବାର ର ମୁଖ୍ୟ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ରାୟ ଙ୍କ ବାସଭବନ ରୁ ମଧ୍ୟ ମାଟି ସଂଗ୍ରହ କରାଯିବା ସହିତ ଭକ୍ତ କବି ବଳରାମ ଦାସ ଙ୍କ ଜନ୍ମ ପୀଠ ଠାରେ ଥିବା ପ୍ରଭୁ ବଳରାମ ଦାସ ଙ୍କ ମନ୍ଦିର ପ୍ରାଙ୍ଗଣରୁ ମାଟି ସଂଗ୍ରହ କରାଯାଇଥିଲା ।ସର୍ବ ଶେଷରେ ବେଦପୁର ଗ୍ରାମରୁ ମାଟି ସଂଗ୍ରହ କରି ଭକ୍ତବଳରାମ ଦାସ ପୀଠରେ ଆଜିର କାର୍ଯ୍ୟକ୍ରମ କୁ ଶେଷ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ଦଳର ସାଧାରଣ ସମ୍ପାଦକ ସୁଶାନ୍ତ ସ୍ବାଇଁ, ମଣ୍ଡଳ ସଭାପତି କୃଷ୍ଣ ସ୍ବାଇଁ, ନିରଞ୍ଜନ ନାୟକ , ରାଜକିଶୋର ନାୟକ, ଆଲୋକ ବେହେରା, ବିଜୟ ନାୟକ, ଯୋଗେନ୍ଦ୍ର ଜେନା,ପ୍ରଶାନ୍ତ ସ୍ବାଇଁ ଏବଂ ଯୁବ ନେତା ଭବାନୀ ଶଙ୍କର ସେଠି, ପ୍ରସନ ପଣ୍ଡା,ଗୋବିନ୍ଦ ପାଢ଼ୀ ,ଶିବପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ