ମୋ ନିବେଦନ ଓ ମୋ ଗାଁରେ ତହସିଲ କ।ର୍ଯ୍ୟକ୍ରମ

ବୁଗୁଡ – ବୁଗୁଡ଼ା ବ୍ଲକର ମାଣିତରା ଗ୍ରାମରେ ୬ ତାରିଖ ଦିନ ମୋ ନିବେଦନ ଓ ମୋ ଗାଁରେ ତହସିଲ କ।ର୍ଯ୍ୟକ୍ରମ ମାଣିତରା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଟିତ ହୋଇ ଯାଇଛି। ହେଲେ କ।ର୍ଯ୍ୟକ୍ରମ  ହେବା ପୂର୍ବରୁ ପ୍ରଚାର ଗାଡ଼ିରେ ମୋ ନିବେଦନ ଓ ମୋ ଗାଁରେ ତହସିଲ କ।ର୍ଯ୍ୟକ୍ରମ ୭ ତାରିଖ ଦିନ ଅନୁଷ୍ଟିତ ହେବ ବୋଲି ପ୍ରଚାର ହୋଇଥିବା ଯୋଗୁଁ ଶନିବାର ଦିନ ବହୁ ଜନସାଧାରଣ ମାଣିତରା ଆସି ନିରାଶ ହୋଇ ଫେରି ଯାଇଥିବା ଜଣା ପଡ଼ିଛି।ଏ ନେଇ ବୁଗୁଡା ତହସିଲଦାରଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ଶୁକ୍ରବାର ଦିନ ଅନୁଷ୍ଟିତ କ।ର୍ଯ୍ୟକ୍ରମରେ ମୋ ନିବେଦନରେ ୧୫ଟି ଆବେଦନ ଓ ମୋ ଗାଁରେ ତାହସିଲରେ ୪୦ଟି ଅଭିଯୋଗର ଶୁଣାଣି ହୋଇ ୧୫ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ