ମୋ ପୋଷାକ ହବ୍ ଉଦଘାଟିତ ଥିଲେ ଗର୍ବର ସହିତ ଦିଅନ୍ତୁ, ନଥିଲେ ନିଅନ୍ତୁ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ରବିବାର ଆରମ୍ଭ ହୋଇଛି ‘ମୋ ପୋଷାକ ହବ୍‌’ । ଏହି ଅବସରରେ ‘ମୋ ପୋଷାକ’ ହବ୍‌କୁ ପୌର ପ୍ରଶାସକ ତଥା ଏଡ଼ିଏମ କବିନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସହରରେ ବାସ କରୁଥିବା ବଦାନ୍ୟ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିଥିବା ବହୁ ପୋଷାକ ଓ ଲୁଗାକୁ ଉକ୍ତ ହବ୍‌ରେ ସଫା କରାଯିବା ପରେ ପ୍ୟାକିଂ କରାଯାଇ ଆବଶ୍ୟକତା ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ କହିଛନ୍ତି । ଏହା ଫଳରେ ବହୁ ସଂଖ୍ୟକ ଆର୍ଥୀକ ଦୁର୍ବଳ ଶ୍ରେଣୀର ବହୁ ଲୋକେ ବିଶେଷ ଉପକୃତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଆଶା ପ୍ରକଟ କରିଥିଲେ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏଡ଼ିଏମ ଅମିୟ କୁମାର ସାହୁ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦର ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,ଦିଲ୍ଲିପ କୁମାର ମିଶ୍ର ପ୍ରମୁଖ ହବ ବୁଲି ଦେଖିବା ସହ ଜିଲ୍ଲାପାଳ ୩ ଜଣଙ୍କୁ ପୋଷାକ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ