ମୋ ବସ୍ ଷ୍ଟାଣ୍ଡରେ ବିପ୍ ସାଉଣ୍ଡର ବ୍ୟବସ୍ଥା ପାଇଁ ଉଠିଲା ଦାବୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜନସାଧାରଣଙ୍କ ଆତଯାତ ନିମନ୍ତେ ସ୍ୱଳ୍ପ ଖର୍ଚ୍ଚରେ ନିରାପଦ ଯାତ୍ରା ପାଇଁ ରାଜ୍ୟ ସରକାର ସ୍ମାର୍ଟ ନଗରୀ ଭୁବନେଶ୍ୱରରେ ମୋ ବସ୍ ସେବାର ବ୍ୟବସ୍ଥା କରିଛନ୍ତି । ଏ ନେଇ ସହର ଭିତରେ ମୋ ବସ୍‌ର ରହଣୀ ଓ ଯାତ୍ରୀଙ୍କ ବିଶ୍ରାମ ଲାଗି ସହରର ମୁଖ୍ୟ ସ୍ଥାନମାନଙ୍କରେ ଆକର୍ଷଣୀୟ ମନଲୋଭା ବସ୍‌ଷ୍ଟାଣ୍ଡ ବି ସରକାର ନିର୍ମାଣ କରିଛନ୍ତି । ଏହି ଷ୍ଟାଣ୍ଡରୁ ହିଁ ଯାତ୍ରୀ ବସ୍‌କୁ ଚଢ଼ିଥାନ୍ତି ଏବଂ ବସ୍‌ରୁ ବି ଓହ୍ଲାଇଥାନ୍ତି । ଖରା ହେଉ କି ବର୍ଷା ହେଉ ଯାତ୍ରୀ ପାଇଁ କୌଣସି ଡ଼ର ବା ଭୟ ନଥାଏ । କିନ୍ତୁ ଜଣେ ଶତ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତି ମୋ ବସ୍‌ଷ୍ଟାଣ୍ଡକୁ ଖୋଜି ପାଇବା ପାଇଁ କିଭଳି ହଇରାଣ ଓ ମାନସିକ ନିର୍ଯ୍ୟାତନାର ଶୀକାର ହେଉଛନ୍ତି ତାହା ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ସାମ୍ନାକୁ ଆସିଛି । ଏ ନେଇ ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଶ୍ରୀ ନାୟକ କୁହନ୍ତି ଜଣେ ଶତ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତି ମୋ ବସ୍‌ଷ୍ଟାଣ୍ଡରେ ପହଞ୍ôଚବା ପାଇଁ ପ୍ରତିଦିନ ହଇରାଣ ହରକତ ହୋଇ ପହଞ୍ôଚଥାଏ । କେବେ ସେ ବସ୍‌ଷ୍ଟାଣ୍ଡ ଆଗରେ ରହି ଅଥବା ପଛରେ ରହି ସାଧାରଣ ଜନତାଙ୍କୁ ପଚାରିଥାଏ ଭାଇ, ମୋ ବସ୍‌ଷ୍ଟାଣ୍ଡ କେଉଁଠି କି? କିଏ କହିଥାଏ ଭାଇ ଆଗରେ ତ ଆଉ କିଏ କହିଥାଏ ପଛରେ । ଆଉ କେବେ ମୋ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇ ସାଧାରଣ ଲୋକଟିକୁ ଯେତେବେଳେ ପଚାରେ ଭାଇ, ମୋ ବସ୍‌ଷ୍ଟାଣ୍ଡଟି କେଉଁଠି କି? ଉତ୍ତର ମିଳିଥାଏ ଏଇଟା ପାଗଳାଟା ରେ, ଆଉ କିଏ କହେ ଏଇଟା ମୂର୍ଖ ଓ ବାଇଆଟା ରେ । ମୋ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇ ପଚାରୁଛି ମୋ ବସ୍‌ଷ୍ଟାଣ୍ଡ କେଉଁଟା । ଏହିପରି ଅନେକ କଟୁ ଶବ୍ଦ ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଟିଏ ଶୁଣିବାକୁ ବାଧ୍ୟ ହୋଇଥାଏ । ଯାହା ଆମ ମନ, ମସ୍ତିଷ୍କ ଓ ହୃଦୟକୁ ଗଭୀର ଆଘାତ ଲାଗିଥାଏ । ଏ ସମସ୍ୟାର ସମାଧାନ ଲାଗି ସହର ମଧ୍ୟରେ ଥିବା ପ୍ରତିଟି ମୋ ବସ୍‌ଷ୍ଟାଣ୍ଡରେ ବିପ୍ ସାଉଣ୍ଡ ର ବ୍ୟବସ୍ଥା କରିବା ପାଇଁ ବାପିନା ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ କରିଛନ୍ତି । ଯଦ୍ୱାରା ଅନେକ ଦୃଷ୍ଟିବାଧିତ ଭାଇଭଉଣୀ ବେଶ୍ ଉପକୃତ ହୋଇପାରିବେ ବୋଲି ବାପିନା ଆଶା ପ୍ରକଟ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ