ମୋ ଭଉଣୀ ଭଳି ଯେଉଁ ଲୋକମାନେ ଭିନ୍ନକ୍ଷମ ଅତି ସହଜ ଭାବରେ ଏବେ ଟାଟା ସ୍କାଏ ଥିଏଟର ସହାୟତାରେ ଏହି ଅଭିନୟକୁ ଦେଖିପାରିବେ : ରତନ ରାଜପୁତ
ଦୂରଦର୍ଶନର ଜଣେ ବହୁବିଧା ନିପୂଣା ଅଭିନେତ୍ରୀ ଭାବରେ ରତନ ରାଜପୁତ “ଅଗ୍ଲେଜନମ୍ମୋହେବିତିଆ ହି କିଜୋ” ଧାରାବାହିକରେ ନିଜକୁ ପ୍ରତିଷ୍ଠିତ କରିବା ସହିତ “ନିର୍ମଳା”, ଭୁନଦୌରସମୁନଦର” ଧାରାବାହିକରେ ପୁନର୍ବାର ନିଜର କଳାନିପୂଣତାକୁ ଅତି ଦୃଢ଼ ଭାବରେ ପ୍ରତିପାଦନ କରିପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ଗତବର୍ଷ ନିଜ ବାପାଙ୍କୁ ହରାଇ କିଛି ସମୟ ପର୍ଯ୍ୟନ୍ତ ଏହି ଶିଳ୍ପଠାରୁ ଦୂରେଇ ଯାଇଥିଲେ । ଟାଟା ସ୍କାଏ ଏବଂ ଜୀ ଥିଏଟର ମିଳିତ ଆୟୋଜନରେ ବିଶ୍ୱ ଥିଏଟର ଦିବସ ଅବସରରେ ଏହି ଅଭିନେତ୍ରୀ ଜଣଙ୍କୁ ଟାଟା ସ୍କାଏ ଥିଏଟର ଜରିଆରେ ଅତି ଶୀଘ୍ର ଆସିବାକୁ ଥିବା ଟେଲି ଧାରାବାହିକ “ପଂଚିଏସେ ଆତେ ହେ”ର ପ୍ରଚାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।
ସଦ୍ୟ ସମାପିତ ଏକ ସାକ୍ଷାତକାର ଆଲୋଚନାରେ ରତନ ସୁଟିଂ ଚାଲିଥିବା ଏକ ଧାରାବାହିକ ଉପରେ ନିଜର ଅଭିଜ୍ଞତା ବ୍ୟକ୍ତ କରି କହିଥିଲେ ଯେ, ଏହାର ଚଳଚ୍ଚିତ୍ର ସମ୍ବନ୍ଧିୟ ଅଂଶବିଶେଷ କିପରି ଭାବରେ ଭିନ୍ନକ୍ଷମ ଗୋଷ୍ଠୀଙ୍କ ପାଖରେ ପହଂଚିବାରେ ସାହାଯ୍ୟ କରିପାରିବ । ଏକ ବିରାଟ ଦର୍ଶକଙ୍କ ପାଖରେ ଟାଟା ସ୍କାଏ ଏବଂ ଜୀ ଥିଏଟର ମିଳିତ ଆନୁକୂଲ୍ୟରେ ଏଭଳି ଏକ ଧାରାବାହିକ ପ୍ରଦର୍ଶନର ପଦକ୍ଷେପ ଏକ ବିଚକ୍ଷଣ ଅଭିବ୍ୟକ୍ତ ବୋଲି ସେ ମତ ଦେଇଥିଲେ । ସେ କହିଥିଲେ, ମୋ ଭଉଣୀ ଭଳି ଯେଉଁ ବ୍ୟକ୍ତିମାନେ ଭିନ୍ନକ୍ଷମ ସେମାନେ ଅତି ସହଜଭାବରେ ଏହାକୁ ଉପଭୋଗ କରିପାରିବେ । ପ୍ରେକ୍ଷାଳୟରେ ଯେଉଁ ବ୍ୟକ୍ତିମାନେ ଏଥିପାଇଁ ଅକ୍ଷମ ହେବେ ସେମାନଙ୍କ ପାଇଁ ଏହି ସେବା ବରଦାନ ସଦୃଶ୍ୟ ଅଟେ ।
“ପଂଚିଏସେ ଆତେ ହେ” ଧାରାବାହିକରେ ରତନ ସାରୁ ଭୂମିକାରେ ଅଭିନୟ କରିଛନ୍ତି ଯାହାକି ଏକ ଝିଅର କଠିନ ସଂଗ୍ରାମକୁ ସୂଚିତ କରୁଛି ଯେଉଁ ଝିଅ ନିଜ ପରିବାରର ଅହରହ ଚାପରେ ସମସ୍ତ ପ୍ରକାର କଠିନତାକୁ ସହ୍ୟ କରି ନିଜର ଭାବି ସ୍ୱାମୀର ହୃଦୟକୁ ଜୟ କରିପାରିଛି ।
ଟାଟା ସ୍କାଏ ଥିଏଟର ମାଧ୍ୟମରେ ଆପଣମାନେ ବିଭିନ୍ନ ପ୍ରକାର ଉଚ୍ଚମାନର, ହାସ୍ୟରସାତ୍ମକ ତଥା ଅନ୍ୟାନ୍ୟ ସାହିତ୍ୟକଳାର ଦୂରଦର୍ଶନ ଧାରାବାହିକ ଦେଖିପାରିବେ । ଏହା ମଧ୍ୟ ଟାଟା ସ୍କାଏ ମୋବାଇଲ ଆପ୍ ତଥା ୱାଚ.ଟାଟାସ୍କାଏ.କମ୍ ରେ ଉପଲବ୍ଧ ହେଉଅଛି ।


