ମୋ ଭାରତ ସହ ଦୀପାବଳି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମୋ ଯୁବ ଭାରତର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ ଅବସରରେ ଆଲୋକର ପର୍ବ ଦୀପାବଳିକୁ ନିଆରା ଢଙ୍ଗରେ ୩ଶହ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପାଳନ କରାଯିବ । ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସ୍ଥାନ ଯଥା-ଜନଗହଳି ପୂର୍ଣ୍ଣ ବଜାର, ହସ୍ପିଟାଲ, ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ଏବଂ ବିଭିନ୍ନ ଐତିହାସିକ ପୀଠସ୍ଥଳୀ ଗୁଡିକରେ ତିନି ଦିନ ଧରି ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିବେ । ଉକ୍ତ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ନେହେରୁ ଯୁବ କେନ୍ଦ୍ର, ଖୋର୍ଦ୍ଧା ଓ କନ୍ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସର ମିଳିତ ସହଯୋଗରେ ଆୟୋଜନ କରାଯିବ ବୋଲି ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିପିନ୍ କୁମାର ସୂଚନା ଦେଇଛନ୍ତି ।