ମୋ ଭାଷା ସାହିତ୍ୟ ସଂସଦର ଅଷ୍ଟମ ରାଜ୍ୟ ସ୍ତରୀୟ ସମାରୋହ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ଐତିହାସିକ ଏବଂ ପୁରାଣ ପ୍ରସିଦ୍ଧ କଳା, ସଂସ୍କୃତି ଓ ଶିକ୍ଷାର ଧର୍ମପୀଠ ଭାବେ ପରିଚିତ ଜମ୍ଭରା ଗ୍ରାମରେ ସୁନ୍ଦର ମୋ ଭାଷା ସାହିତ୍ୟ ସଂସଦର ଅଷ୍ଟମ ବାର୍ଷିକ କା, ସାହିତ୍ୟ, ଶିକ୍ଷା ସଂସ୍କୃତି ଓ ସମାଜସେବୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ତଥା ଭଲପାଇବାର ମଧୁର ପରଶରେ ଆକୃଷ୍ଟ ହୋଇ ୨୯ଟି ଜିଲ୍ଲାର କବି, ଲେଖକ, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ, ଗାୟକ, ନାଟ୍ୟକାର, ଶିକ୍ଷକ, ସମାଜସେବୀ, ସିନେ କଳାକାର ପ୍ରମୁଖ ଯୋଗଦେଇଥିଲେ । ଭୋର ୫ଟାବେଳେ ପ୍ରଭାତଫେରୀ, ସକାଳ ୭ରୁ ନାମ ସଙ୍କିର୍ତ୍ତନ ପରେ ମା ତାରିଣୀଙକ ନିକଟରେ ପୂଜାର୍ଚ୍ଚନା ସହ ପ୍ରଥମ ଅଧିବେସନ ଆରମ୍ଭ ହୋଇଥିଲା । ବିଶିଷ୍ଟ ସାହିତ୍ୟିକ ତଥା ଯାତ୍ରା ଗବେଷକଡ.ପଦ୍ମଲୋଚନ ମହାକୁଡଙ୍କ ଅଧ୍ୟକ୍ଷତାରେ ବ୍ୟଙ୍ଗ ରଶ୍ମୀ ପ୍ରତାପ ରଶ୍ମୀ, କଳ୍ପନା କଳ୍ପଲତା ବିଶ୍ୱାଳ, ମାଳତୀ ମଣି ଧଳଙ୍କ ସଂଯୋଜନାରେ କବିତା, ସଂଗୀତ ଓ ନୃତ୍ୟ ପରିଚାଳନା ହୋଇଥିଲା । ନାରାୟଣ ଚନ୍ଦ୍ର ସେନାପତିଙ୍କ ସଂଯୋଜନାରେ ବନ୍ଦେ ଉକ୍ରଳ ଜନନୀ ଗାନ କରିବାପରେ ଶିକ୍ଷାବିତ ଲମ୍ବୋଦର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିôତ ଭାବେ ସହଜିଲ୍ଲାପାଳ ଭଦ୍ରକ ସୌମ୍ୟଶ୍ରୀ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ମିମ୍ବାଧର ବିଶ୍ୱାଳ, ଆଦର୍ଶ ଶିକ୍ଷାବିତ ତଥା ଗଣଶିକ୍ଷାମନ୍ତ୍ରୀଙ୍କ ପତ୍ନୀ ସଂଗୀତା ଦାଶ, ସମୀକ୍ଷକ ଡ.ମହେନ୍ଦ୍ର ପତାପ ଦାସ, ଶିକ୍ଷାବିତ ପୁର୍ଣ୍ଣଚନ୍ଦ୍ର ବେହେରା, ଶିକ୍ଷାବିତ ନୃଷିହଂ ଚରଣ ସେନାପତି, ସମାଜସେବୀ ପୁରୁଷୋତ୍ତମ ମହାନ୍ତି, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ରଣା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖଥିଲେ । ସୁନ୍ଦର ମୋ ଭାଷା ସାହିତ୍ୟର ମୁଖପତ୍ର ‘ଅନନ୍ୟା’କୋରାପୁଟର ବିଷ୍ଣୁ ମିଶ୍ରଙ୍କ ‘ଅଭିଷାରିକାର ଚିତ୍ର ଲେଖା’ ମାନସ କୁମାର ପାତ୍ରଙ୍କ ‘ଗୀତରେ ଗୀତରେ ଗଣିତ ପାଠ’ ପୁସ୍ତକକୁ ଅତିଥିଭାନେ ଉନ୍ମୋଚନ କରିଥିଲେ । ପ୍ରତିଷ୍ଠାତାଙ୍କ ସୁନ୍ଦର ମୋ ଭାଷା ସାହିତ୍ୟର ଅଡିଓର ଜୀବନ୍ତ ଗୀତ ଓ ସ୍ୱାଗତମ ଅଭିନୟ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବୈଜ୍ଞାନିକ ଅଟଳ ବିଜ୍ଞାନ ଖଟୁଆ, ମାନସ ରଞ୍ଜନ ପାଠୀ, ଜଗମୋହନ ନାୟକ, ସର୍ବଗୁଣ ସମ୍ପର୍ଣ୍ଣ ବିଭୁନାରାୟଣ ରାଉତ, ଚିତ୍ରଶିଳ୍ପୀ କମଳିନୀ ସ୍ୱାଇଁ, ରାଜ୍ୟସ୍ତରୀୟ କବିତା ଗଳ୍ପ, ପ୍ରବନ୍ଧ ବିଜେତା ଅନନ୍ୟା ସେନାପତି, ସ୍ନ୍ କୁମାର ପଣ୍ଡା, ବୈଜୟନ୍ତୀ ସାହୁଙ୍କ ସମେତ ୨୪ଜଣ ଓ ଶ୍ରେଷ୍ଠ ଶିଶୁ ପ୍ରବଚକ ଦ୍ୱିତୀକୃଷ୍ଣ ବାରିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ବିଧାୟକ ଭାଗିରଥି ସେଠୀଙ୍କୁ ଅନନ୍ୟା କଳିଙ୍ଗପତ୍ର ସମ୍ମାନ, ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ଅନନ୍ୟା ଭାଷା ସାହିତ୍ୟ ବିଷାରଦ ସମ୍ମାନ, ସଙ୍ଗିତା ଦାସଙ୍କୁ ଅନନ୍ୟା ଭାଷା ସାହିତ୍ୟ ଅମୁଲ୍ୟ ରତ୍ନ ସମ୍ମାନ, ଅକ୍ଷୟ କୁମାର ରଣାଙ୍କୁ ଅନନ୍ୟା ସାହିତ୍ୟ ବିଷାରଦ ସମ୍ମାନ, ମହେନ୍ଦ୍ର ପ୍ରସାଦ ଦାସଙ୍କୁ ଅନନ୍ୟା ଶ୍ରେଷ୍ଠ ସାହିତ୍ୟ ସମୀକ୍ଷକ ସମ୍ମାନ ଦିଆଯିବା ସଙ୍ଗେ ସଙ୍ଗେ ରାଜ୍ୟର ବିଭିନ୍ନ ବିଭାଗର ୧୧୧ଜଣ ପ୍ରତିଭାଧାରୀଙ୍କୁ ମାନପତ୍ର, ଉପଢ଼ୌକନ, ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ଅଧିବେଶନରେ ଓଡିଆ ଚଳଚିତ୍ର ନିର୍ଦ୍ଦେଶକ ବିଶ୍ୱରଞ୍ଜନ ମହାନ୍ତି, ସାବିତ୍ରୀ ଧାରାବାହିକର ନାୟକ ମହାପ୍ରସାଦ କର, କୁଆଁରୀବୋହୁର ଶ୍ରଦ୍ଧା (ପ୍ରୀୟଙ୍କା ରଥ) ଓ ରହିଛି ରହିବ ତୋହରି ପାଇଁର ପ୍ରକାଶ ଜେନାଙ୍କ ଅଭିନୟ ଓ ସଂଳାପରେ ମଞ୍ଚ ଦୁଲୁକିଥିଲା । ଶେଷରେ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଅନନ୍ୟା ଶ୍ରେଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ସମ୍ମାନ, ମହାପ୍ରସାଦ କରଙ୍କୁ ଅନନ୍ୟା ଶ୍ରେଷ୍ଠ ନାୟକ ସମ୍ମାନ, ପ୍ରକାଶ ଜେନାଙ୍କୁ ଅନନ୍ୟା ଶ୍ରେଷ୍ଠ ଖଳନାୟକ ସମ୍ମାନ ଓ ପ୍ରୀୟଙ୍କା ରଥଙ୍କୁ ଅନନ୍ୟା ଶ୍ରେଷ୍ଠ ନାୟିକା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଭଞ୍ଜନ ତ୍ରିପାଠୀ, ବିଷ୍ଣୁପ୍ରସାଦ ମିଶ୍ର, ମାନସ ରଞ୍ଜନ ମିଶ୍ର, ଅକ୍ଷୟ କୁମାର କର୍ଣ୍ଣ, ନୃସିଂହାନନ୍ଦ ମହାପାତ୍ର, ଉମାକାନ୍ତ ଦାସ, ହାସ୍ୟମୟୀ ରାଜ, ନରେନ୍ଦ୍ର ବେହେରା, ଅଜୟ କୁମାର ବିଶ୍ୱାଳ, ଅକ୍ଷୟ କୁମାର ବାରିକ, କୁମାର ଷ୍ଟାଲିନ, ବାଣୀପୀଠର ପ୍ରତିଷ୍ଠାତା ଡ.କୁମାର ବାବୁଲି, ସମୟ ଚକ୍ରର ମୁଖ୍ୟ ସର୍ବେଶ୍ୱର ଜେନାଙ୍କ ସମେତ ୧୯ଟି ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ । ପ୍ୟାରୀମୋହନ ମଲ୍ଲିକ, ପଞ୍ଚାନନ ମହାନ୍ତି, ଅସ୍ମିତି କୁମାର ମହାନ୍ତି, ପୁଷ୍ପିତା ପହି, ବିଜୟ କୁମାର ମଲ୍ଲିକ, ମାନସ ପାଠୀ, ଚିନ୍ମୟ ନାୟକ, କାହ୍ନୁ ଚରଣ ହାତୀ, ରଞ୍ଜନ ମହାପାତ୍ର, ଅମୁଲ୍ୟ ହାତୀ, ଚିତ୍ତରଞ୍ଜନ ସେନାପତି, ନଳିନୀକାନ୍ତ ମହାନ୍ତି, ଅରୁପ ରାଉତ, ସୁଶାନ୍ତ ଜେନା, କୃପାସିନ୍ଧୁ ମଲ୍ଲିକ, ଜୟଦେବ ମହାନ୍ତି, କୋଦଣ୍ଡଧର ମଲ୍ଲିକ, ଲକ୍ଷ୍ମୀଧର ପାତ୍ର, ମୟିନ ମଲ୍ଲିକ, ରବି ମଲ୍ଲିକ, ଗୋପବନ୍ଧୁ ସେନାପତିଙ୍କ ସମେତ ଜମ୍ଭରା ଗ୍ରାମର ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିôତଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ