ମୋ ମାଟି ମୋ ଦେଶ, ମାଟିକୁ ନମନ ବୀରଙ୍କୁ ବନ୍ଦନ, ଅମୃତ କଳସ ଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା): ସମାରୋପ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବନୀ କୁମାର ଚୌବେ ଓ ମୁଖ୍ୟ ବକ୍ତା ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ଏକ ଭବ୍ୟ ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରାରେ ରେମୁଣା ଗୋଲେଇ ଠାରୁ ଫକୀରମୋହନ ବିଶ୍ବବିଦ୍ୟାଳୟର ନୂଆପାଢୀ ପରିସର ପର୍ଯ୍ୟନ୍ତ ଆସିଥିଲେ। ବିଶ୍ବବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହା ପରେ କାର୍ଯ୍ଯକ୍ରମ ଅନ୍ତର୍ଗତ ‘ଅମୃତ ବାଟିକା’ ରେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ବୃକ୍ଷ ରୋପଣ କରିଥିଲେ। ବିଶ୍ବବିଦ୍ୟାଳୟର ଭିସି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାର ରେ ଏନଏସଏସ ର ଡ଼ଃ ଅମୁଲ୍ୟ ମଞ୍ଚ ଆହ୍ବାନ କରିଥିଲେ, ଅତିଥି ବୃନ୍ଦଙ୍କ ଦ୍ଵାର ପ୍ରଦୀପ ପ୍ରଜ୍ବଳନ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ସଭାପତି ଶ୍ରୀଯୁକ୍ତ ତ୍ରିପାଠୀ ତାଙ୍କ ପ୍ରାରମ୍ଭିକ ଭାଷଣରେ କାର୍ଯ୍ଯକ୍ରମର ଉଦ୍ଯେଶ ବିଷୟରେ କହିଥିଲେ। ମୁଖ୍ୟବକ୍ତା ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ “ମୋ ଦେଶ ମୋ ମାଟି’ କାର୍ଯ୍ଯକ୍ରମର ଉଦ୍ଯେଶ ଓ ସୁଦୂର ପ୍ରସାରି ପ୍ରଭାବ ବିଷୟରେ ବିଷଦ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିବିଧତା ଭରା ଦେଶବାସୀଙ୍କ ମଧ୍ୟରେ ଏକତା, ଲୋକଙ୍କ ମନରେ ଦେଶପ୍ରେମ ଓ ଦେଶପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦ୍ ମାନଙ୍କୁ ସମ୍ମାନୀତ କରିବା। ଆମ୍ଭ ପୂର୍ବପୁରୁଷଙ୍କ ମଧ୍ୟରେ ଏକତାର ଅଭାବରୁ ବୀରଙ୍କର ଭୂମି ହୋଇଥିବା ସ୍ବତ୍ତେ ଆମେ ପରାଧୀନ ଥିଲୁ। ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବନୀ କୁମାର ଚୌବେ ପ୍ରଥମେ ମାଟିକୁ ପ୍ରଣାମ କରି ତାଙ୍କ ସମ୍ଭାଷଣ ଆରମ୍ଭ କରିଥିଲେ, ସ୍ବର୍ଗତ ଫକୀରମୋହନ ସେନାପତିଙ୍କ ସ୍ମୁତିଚାରଣ କରିଥିଲେ। ଓଡ଼ିଆରେ ସମ୍ବୋଧନ କରି ସେ ଉପସ୍ଥିତ ଜନସାଧାରଣଙ୍କ ମନମୋହି ନେଇଥିଲେ। ସେ ଆହୁରି କହିଥିଲେ ଯେ ଲୋକଙ୍କୁ ସବୁକିଛିର ଉର୍ଦ୍ଧ୍ବକୁ ଉଠି ରାଷ୍ଟ୍ରୀୟ ଏକତା ଅଖଣ୍ଡତା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଏହା ପରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମସ୍ତଙ୍କୁ ପଞ୍ଚପ୍ରାଣ ଶପଥପାଠ କରାଇଥିଲେ। ଭାରତୀୟ ଜନତା ପାର୍ଟିର ଜିଲ୍ଲା କମିଟି, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଫକୀରମୋହନ ସାହିତ୍ୟ ପରିଷଦ, ଫକୀରମୋହନ ବିଶ୍ବବିଦ୍ୟାଳୟ, ଜିଲ୍ଲା ମହିଳା ମୋର୍ଚ୍ଚା, ରେମୁଣାର ସାତଟି ପଞ୍ଚାୟତରୁ ଯଥା ବାଲିଆ, ଶାସଙ୍ଗ, ବିରୁଆଁ, ଚଷାଖଣ୍ଡ, କୁଳିଗାଁ, ଇଞ୍ଚୁଡ଼ି, ଶ୍ରୀଜଙ୍ଗରୁ ସଂଗୃହିତ ହୋଇଥିବା ଅମୃତ କଳସ ଓ ବ୍ୟକ୍ତିଗତ ଭାବେ ଯୋଶଧାରା ଦାସ ସଂଗ୍ରହ କରୁଥିବା ଅମୃତ କଳସକୁ ଦିଲ୍ଲୀ ଅମୃତ ବାଟିକାକୁ ପଠାଇବା ପାଇଁ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅର୍ପଣ କରାଯାଇଥିଲା। ଏହାପରେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଳଗିରିରେ ହେବାକୁ ଥିବା ସମ କାର୍ଯ୍ଯକ୍ରମରେ ଯୋଗଦାନ କରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣାର ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ରାଜ୍ୟ ମହିଳାମୋର୍ଚ୍ଚା ଉପସଭାପତି ମନୀଷା ବେହେରା, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି ଓ ମମତା ମହାପାତ୍ର, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ପିଙ୍କି ପ୍ରଧାନ ଓ ସୁସ୍ମିତା ଚାନ୍ଦ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି ଅନୀଲ କୁମାର ସାହୁ, ନାରାୟଣ ମହନ୍ତ, ଖଗେନ୍ଦ୍ର ନାୟକ, ମଣ୍ଡଳ ସଭାପତି ଯଥା ମଳୟ ବିଶ୍ବାଳ, ଗିରିଧାରୀ ଦାସ, କାହ୍ନୁଚରଣ ବେହେରା, ବିଭୂତି ସେନାପତି ଓ ଭୋଳାନାଥ ପାତ୍ର , ବିନାୟକ ପରିଡ଼ା, ସୁଶାନ୍ତ ପଟ୍ଟନାୟକ, ଅରୂପ ଜେନା, ସତ୍ୟଜିତ ମିଶ୍ର, କାର୍ତ୍ତିକ ଗିରି, ଉମାକାନ୍ତ ପଣ୍ଡା, ବସନ୍ତ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିବା ସହିତ ସଭାକାର୍ଯ୍ୟରେ ସହଯୋଗ କରିଥିଲେ।