“ମୋ ସାହି ମୋର ଗର୍ଵ” କାର୍ଯ୍ୟକ୍ରମର ଶୁଭାରମ୍ଭ
ଗଂଜାମ, (ବିନୋଦ ପଲାଇ) :ଗଂଜାମ ଏନଏସିକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ” ମୋ ସାହି ମୋର ଗର୍ଵ “କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏକ ନିୟାର ପ୍ରୟାସ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ଅରୁଣ କୁମାର ନାୟକ । ଯାହା ଗଞ୍ଜାମ ଜିଲ୍ଲାରେ ପ୍ରଥମ ବୋଲି ଜଣାପଡିଛି। ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକର୍ମ ମାଧ୍ୟମରେ ସହର ସମସ୍ତ ସାହି ମଧ୍ୟରେ ଏକ ସ୍ୱଚ୍ଛ ପ୍ରତିଯୋଗିତା ହେବ। ଯେଉଁ ସାହି ସ୍ୱଚ୍ଛ, ସଫା ରହିବ ସେହି ସାହିକୁ ଏକ ହଜାର ଟଙ୍କା ଓ ମାନ ପତ୍ର ପ୍ରଦାନ କରାଯିବ । ଜଣଙ୍କୁ ସଫେଇ ମିତ୍ର ରେ ସମ୍ମାନିତ କରାଯିବ । ଆଜି ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଏହାର ଅନୁଧ୍ୟାନ ପାଇଁ ଏକ ଟିମ ଗଠନ କରାଯାଇଛି। ମାସ ଶେଷ ସପ୍ତାହରେ ପୁରସ୍କୃତ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ନାୟକ କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏହି ପ୍ରତିଯୋଗିତାର ନାଁ “ମୋ ସାହି ମୋର ଗର୍ବ” ରଖା ଯାଇଥିବା ବେଳ” ସ୍ୱଚ୍ଛତା ଶୀର୍ଷରେ ମୋର ସାହି ସର୍ବା ଆଗରେ “ସ୍ଲୋଗାନ ରଖାଯାଇଛି। ଯାହାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଟୁଇଟ କରିଛନ୍ତି ।