ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ର ମାନଙ୍କୁ ନେଇ ବ୍ଲକ ସ୍ତରୀୟ କାର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ଓ ୟୁନିସେଫ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ସ୍ଥାନୀୟ ବ୍ଳକ ସମ୍ମିଳନୀ କକ୍ଷ ପରିସରରେ ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ର କର୍ମଚାରିଙ୍କୁ ନେଇ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରି କଲ୍ୟାଣୀ କୁମାରୀ ଦାସ,ଗଞ୍ଜାମ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରି ପି.ପଦ୍ମା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରି ରାଜେନ୍ଦ୍ର ମଲ୍ଲିକ, ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ସରୋଜ ପାଢି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୮ଟି ଗ୍ରାମ ପଞ୍ଚାୟତ ଏବଂ ଏନଏସି ର ସମସ୍ତ ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ର କର୍ମଚାରିମାନଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ବିଶେଷକରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ କିପରି ଏପ୍ଲାଇ କରାଯିବ ସେଥିପ୍ରତି ସୁନିଶ୍ଚିତ କରିବା ପାଇଁ କୁହାଯାଇଥିଲା । ଏହି କର୍ମଶାଳାକୁ ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟର ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ସାହୁ ଏବଂ ଛତ୍ରପୁର ବ୍ଲକ ସଂଯୋଜକ ବିପ୍ଲବ କୁମାର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ