ମୋ ସେବା ପରିଚାଳକ ସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ସମ୍ପାଦକ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ମୋ ସେବା କେନ୍ଦ୍ରକୁ ସରକାର ସମସ୍ତ ଯୋଜନାରେ ସାମିଲ କରିବା ଏବଂ ସରକାରଙ୍କ ଦ୍ୱାରା ନୂତନ ଭାବେ ଦିଆ ଯାଉଥିବା ସିଏସପି ପ୍ଲସ୍ କୁ ମୋ ସେବା କେନ୍ଦ୍ରକୁ ପ୍ରଦାନ କରିବା ସମେତ ୭ଦଫା ଦାବୀ ନେଇ ମଙ୍ଗଳବାର ଛତ୍ରପୁର ବ୍ଲକ ମୋ ସେବା କେନ୍ଦ୍ର ପରିଚାଳକ ସଂଘ ପକ୍ଷରୁ ପୃଥକ ପୃଥକ ଦାବୀ ପତ୍ର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବିଡିଓ ଓ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଗୋଟିଏ ପଞ୍ଚାୟତରେ କେବଳ ଗୋଟିଏ କେନ୍ଦ୍ର ରଖାଯାଉ, ସମସ୍ତ ଆସବାସ ପତ୍ର ସହ ପଞ୍ଚାୟତରେ ଗୃହ କିମ୍ବା ପଞ୍ଚାୟତର ଯେ କୈାଣସି ସ୍ଥାନରେ ଏକ ସ୍ଥାୟୀ ଅଫିସ ଗୃହ ( ଯଥା- ଟେବୁଲ, ଚେୟାର, ବିଦ୍ୟୁତ୍ ଇନଭେଟର, ଇତ୍ୟାଦି) , ସମସ୍ତ ସରକାରୀ ସର୍ଭିସ ପବ୍ଲିକ୍ ପୋର୍ଟାଲ କୁ ନ ଦେଇ ମୋ ସେବା କେନ୍ଦ୍ର ମାଧ୍ୟମରେ ପ୍ରଦାନ କରନ୍ତୁ , କିଛି ମାତ୍ରାରେ ପାରିଶ୍ରାମିକ ପ୍ରଦାନ କରିବା, ମୋ ସେବା କେନ୍ଦ୍ରରେ ଦିଆଯାଉଥିବା ସର୍ଭିସରରେ ମୋ ସେବା କେନ୍ଦ୍ରର ନାମ ରହୁ ଓ ଏହା ୫-ଟି ଅନ୍ତର୍ଭୁକ୍ତ ଏକ ଯୋଜନା ହୋଇଥିବାରୁ ପ୍ରାଧାନ୍ୟ ଦିଆଯାଉ ବୋଲି ଉକ୍ତ ଦାବୀ ପତ୍ରରେ ଦର୍ଶାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଛତ୍ରପୁର ବ୍ଲକ ମୋ ସେବା କେନ୍ଦ୍ର ପରିଚାଳକ ସଂଘର ସଭାପତି ଚିନ୍ମୟ ଦାଶ, ସମ୍ପାଦକ ଜିତେନ୍ଦ୍ର ନାୟକ, ଗଜେନ୍ଦ୍ର ବେହେର. ସୁରେନ୍ଦ୍ର କୁମାର ମଣ୍ଡଳ, କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କ ସମେତ ଶତାଧିକ ମୋ ସେବା କେନ୍ଦ୍ରର ପରିଚାଳକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ