ମୋ ସ୍କୁଲ୍ ଅଭିଯାନ ରାଜ୍ୟସ୍ତରୀୟ ପ୍ରତିନିଧିଙ୍କ ସ୍ମାର୍ଟ୍ ସ୍କୁଲ୍ ପରିଦର୍ଶନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ସ୍କୁଲ୍ ଅଭିଯାନ ରାଜ୍ୟସ୍ତରୀୟ ପ୍ରତିନିଧି ଟିମ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନରେ ହୋଇଥିବା ସ୍ମାର୍ଟ୍ ସ୍କୁଲ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି I ସୂଚନା ପ୍ରକାରେ ଆଜି ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନର ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ମାଳି, କାର୍ଯ୍ୟକ୍ରମ ପରିଚାଳିକା ଗାର୍ଗୀ ଦେବୀ, ଜୋନାଲ୍ ପ୍ରୋଜେକ୍ଟ୍ ମନିଟରିଂ ଅଫିସର୍ ମୈତ୍ରୀ ବାବୁ,ଗଞ୍ଜାମ ଏଡିଇଓ ରାଜେଶ୍ ପ୍ରଧାନ ପ୍ରମୁଖ ବିଦ୍ୟାଳୟ ପରିଦର୍ଶନରେ ଆସି ମୋ ସ୍କୁଲ୍ ଅଭିଯାନ ଅଧୀନରେ ହୋଇଥିବା କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିଥିଲେ I ଏହି ଅବସରରେ ରାଜ୍ୟସ୍ତରୀୟ ଅଧିକାରୀମାନେ ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହ, ଇ- ଲାଇବ୍ରେରୀ, ଲାବ୍ରୋଟୋରି,ବିଦ୍ୟାଳୟ ପରିବେଶକୁ ବୁଲି ଦେଖିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ୍ ବଣ୍ଟନ କରିଥିଲେ I ଏହା ସହିତ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନର ପ୍ରଗତି ସମ୍ପର୍କରେ ଏକ ଆଲୋଚନା ଚକ୍ର ହୋଇଥିଲା I ଏଥିରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ପୁରାତନ ଛାତ୍ର ଡକ୍ଟର୍ ରାଜ୍ କୁମାର ପୃଷ୍ଟି, ଆୟୁଷ୍ମାନ୍ ଶତପଥି, ଶିଶିର କୁମାର ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ I ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ଦେଖି ଖୁସି ପ୍ରକଟ କରିବା ସହିତ ବିଦ୍ୟାଳୟର ପରିମଳ ବ୍ୟବସ୍ଥା ଏବଂ ରକ୍ଷଣାବେକ୍ଷଣ ପାଇଁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ I ଏହା ସହିତ ଶ୍ରୀ ପ୍ରଧାନ ରାଜ୍ୟସ୍ତରୀୟ ମୋ ସ୍କୁଲ୍ ଅଭିଯାନ ଟିମ୍ ସହିତ ବେଲଗୁଣ୍ଠା ବ୍ଳକ୍ ର ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ, କ୍ଷତ୍ରିୟବରପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଏବଂ ପ୍ରତାପ ଲକ୍ଷ୍ମଣପୁର ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ