ମୋ ସ୍କୁଲ୍ କମିଟି ଗଠନ
ଗାଙ୍ଗପୁର ,(ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡା ଗ୍ରାମ ପଂଚାୟତର ବାରଟା ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ମୋ ସ୍କୁଲ୍ କମିଟି ଗଠିତ ହୋଇଯାଇଛି I ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଡୁ କିଶୋର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଆକୁଳ ସାହୁ ମୋ ସ୍କୁଲ୍ ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ବହୁ ପୁରାତନ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଦ୍ୟାଳୟର ଉନ୍ନତି ଦିଗରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସମ୍ମତି ଜଣାଇଥିଲେ I ଏହି ଅବସରରେ ଏକ ମୋ ସ୍କୁଲ୍ କମିଟି ଗଠନ କରାଯାଇ ସଭାପତି ଭାବେ ପ୍ରଦ୍ୟୁମ୍ନ ସ୍ୱାଇଁ ଏବଂ ଉପସଭାନେତ୍ରୀ ଭାବେ ପ୍ରତିମା କୁମାରୀ ବିଶ୍ୱାଳଙ୍କୁ ମନୋନୀତ କରାଯିବା ସହ ପ୍ରକାଶ ବିଶ୍ୱାଳ, ରାଜନ ଗୌଡ଼, ବିଜୟ ବିଶ୍ୱାଳ ଏବଂ ଲକ୍ଷ୍ମୀ ବେହେରାଙ୍କୁ ନେଇ ପରାମର୍ଶ କମିଟି ଗଠନ କରାଯାଇଥିଲା I ପୁରାତନ ଛାତ୍ର ଅମର ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ I