ମୋ ସ୍କୁଲ ଅଭିଯାନ ବୈଠକ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ବୁଧୁବାର ଦିନ ୧୦ ଘଂଟିକା ସମୟରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକରେ କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ | ବୈଠକଟିକୁ ଶିଆଳି ସାଧନ କର୍ମୀ ଶ୍ରୀ ପି.ମୋହନ ରାଓ ପରିଚାଳନା କରି ଥିବା ବେଳେ ଅତରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ଟି.କିଶୋର କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ସ୍ଥାନୀୟ ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ଜେନା ବୈଠକରେ ସଭାପତି ଆସନ ଅଳଙ୍କୃତ କରିଥିଲେ | ବୈଠକଟିରେ ନୂତନ ରୂପେ ଲେବେଲ -୩ ପ୍ରଧାନ ଶିକ୍ଷକ ପଦୋନ୍ନତି ଲାଭ କରିଥିବା ଶ୍ରୀ ଦେବରାଜ ଜେନା ଓ ଶ୍ରୀ ଉଦୟ ଲିମା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା |ମୋ ସ୍କୁଲ ଓ ଶିକ୍ଷା ସଂଯୋଗ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା |ପରିଶେଷରେ ବି.ଏଲ ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ|


