ମୋ ହସ୍ପିଟାଲ ଯୋଜନାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟକୁ ବିଧାୟକଙ୍କ ତଦାରଖ

ଛତ୍ରପୁର, (ଦେବଦତ୍ତ ମହାରଣା):ମୋ ହସ୍ପିଟାଲ ଯୋଜନାରେ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ଚିକିତ୍ସାଳୟର ରୂପରେଖ ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି । ଏହି ୧୩ ଗୋଟି ହସ୍ପିଟାଲ ମଧ୍ୟରେ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ରହିଛି । ପ୍ରାୟ ୮ କୋଟି ଟଙ୍କା ବିନିଯୋଗରେ ଏହି ଡାକ୍ତରଖାନାର ବିଭିନ୍ନ ରୂପାନ୍ତୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ପୁର୍ତ୍ତ ବିଭାଗ ପକ୍ଷରୁ ୨ କୋଟି ୫୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ସୋମବାର ଅପରାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ହସ୍ପିଟାଲର ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିବା ସହିତ ବିଭାଗୀୟ ଅଧିକାରୀ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବେହେରା ନିର୍ମାଣ ହେବାକୁ ଥିବା ପ୍ରକଳ୍ପ କାର୍ଯ୍ୟର ନକ୍ସା ସହ କେଉଁ ସ୍ଥାନରେ କେଉଁ ପ୍ରକଳ୍ପ ନିର୍ମାଣ ହେବ ସେ ବିଷୟରେ ବିଧାୟକଙ୍କୁ ଅବଗତ କରାଇଥିଲେ । ଅକ୍ଟୋବର ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଣୁ ସମସ୍ତ ପ୍ରକଲ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ସହ ହସ୍ପିଟାଲର ଅନ୍ୟାନ୍ୟ ବିଷୟ ଉପରେ ବିଧାୟକ ଆଲୋଚନା କରିଥିଲେ । ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଦର୍ଶନ ସାହୁ, ହସ୍ପିଟାଲ ମ୍ୟାନଜର ସନ୍ତୋଷ କୁମାର ପଣ୍ଡା, ରୋଗୀ କଲ୍ୟାଣ ସମିତିର ସଦସ୍ୟ ପ୍ରଫୁଲ କୁମାର ପଟ୍ଟନାୟକ, ଏସ୍‌.ରେଖା ମହାନ୍ତି, ବସନ୍ତ କୁମାର ମହାରଣା, ଏନ୍‌ଏସି ଉପାଧ୍ୟକ୍ଷ ଜି.ପାପା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ