ମୌନି ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା

ହିନ୍ଦୁ ଧର୍ମରେ ଅମାବାସ୍ୟା ତିଥି ଖୁବ ଗୁରୁତ୍ୱପୂର୍ଣ ଅଟେ, ଓ ଧର୍ମ ଗ୍ରନ୍ଥ ରେ ଚନ୍ଦ୍ରମା ଷୋଳ କଳାର ମା ବୋଲି କୁହାଯାଇଥାଏ। ଅମାବାସ୍ୟାରେ ଚନ୍ଦ୍ରମାଙ୍କ ୧୬ କଳା ତାଙ୍କ ମଧ୍ୟରେ ସାମିଲ ରହିଥାଏ। ମୌନୀ ଅମାବାସ୍ୟା ଦିନ ପିତୃପୁରୁଷ ଓ ଓସ୍ତ ବୃକ୍ଷର ପୂଜା କରିବାର ବିଧାନ ରହିଛି। ହିନ୍ଦୁ ଧର୍ମର ଏହା ଗୋଟିଏ ମୁଖ୍ୟ ପର୍ବ ଅଟେ। ଏହିଦିନ ପବିତ୍ର ଜଳରେ ସ୍ନାନ ସହିତ ଦାନର ମଧ୍ୟ ଅନେକ ମହତ୍ୱ ରହିଛି, ଏପରି କରିବା ଦ୍ୱାରା ଦେବା ଦେବୀଙ୍କ ସହିତ ପିତୃପୁରୁଷ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି । ଏହାଛଡା ମୌନି ଅମାବାସ୍ୟାରେ କିଛି ସ୍ଥାନରେ ଦୀପ ଅର୍ପଣ କରିବା ଦ୍ୱାରା ପିତୃ ପୁରୁଷଙ୍କ କୃପା ଲାଭ ହୋଇଥାଏ ।ମାନ୍ୟତା ରହିଛି ଯେ, ଅମାବାସ୍ୟା ଦିନ ଆମ ପୂର୍ବଜ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି ଏବଂ ଆମକୁ ବିଶେଷ ଆଶୀର୍ବାଦ ପ୍ରଦାନ କରନ୍ତି। କିନ୍ତୁ ଏଥିପାଇଁ ବିଶେଷ ଭାବରେ କିଛିଟା ସ୍ଥାନରେ ଦୀପ ଜଳାଇବା ଜରୁରୀ ଅଟେ । ମୌନି ଅମାବାସ୍ୟାରେ ଘରର ଦକ୍ଷିଣ ଦିଗରେ ଦୀପ ଅର୍ପଣ କରିବା ଶୁଭ ଅଟେ। ଏହି ଦିଗ ଟି ପିତୃ ପୁରୁଷଙ୍କ ଦିଗ ଅଟେ । ଏହି ଦିଗରେ ପିତୃପୁରୁଷ ବାସ କରୁଥିବାରୁ ତାଙ୍କ କୃପା ଲାଭ ହୋଇଥାଏ । ଯଦି ଘରେ ପିତୃପୁରୁଷ ଙ୍କ ଫଟୋ ରହିଛି ତେବେ ସେଠି ସୋରିଷ ତେଲ ର ଦୀପ ଟିଏ ଜଳାନ୍ତୁ। ଏହାଦ୍ୱାରା ପିତୃ ପୁରୁଷ ଙ୍କ କୃପା ପ୍ରାପ୍ତ ହୋଇଥାଏ। ମୌନି ଅମାବାସ୍ୟା ରେ ବହୁଥିବା ଜଳରେ ଦୀପ ଅର୍ପଣ କରିବା ଶୁଭ ଅଟେ, ଏହାଦ୍ୱାରା ପିତୃପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ଥାଏ।ଜୀବନ ର ସମସ୍ତ କଷ୍ଟ ଦୂର ହୋଇ ଥାଏ ବୋଲି ବିଶ୍ୱାସ ରହିଛି। ମୌନି ଅମାବାସ୍ୟା ରେ ଓସ୍ତ ବୃକ୍ଷ ମୂଳରେ ଦୁଗ୍ଧ ଅର୍ପଣ କରି ପୂଜା କରିବା ସହିତ ରାଶି ତେଲର ଦୀପ ଜଳାଇଲେ ଘରର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ । ତ୍ରିବେଣୀ ଅମାବାସ୍ୟା ଦିନ ବିଭିନ୍ନ ନଦୀ ଓ ସମୁଦ୍ର ରେ ପ୍ରାତଃ ରୁ ସ୍ନାନ କରି ସୂର୍ଯ୍ୟ ନାରାୟଣ ଙ୍କୁ ଜଳ ଆହୁତି ପ୍ରଦାନ କଲେ ଗଙ୍ଗା ବୁଡ଼ର ପୁଣ୍ୟ ମିଳିବା ସହିତ ଶରୀର ରୋଗ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ସନ୍ତୋଷ କୁମାର ଦାଶ।
ତୁଳସୀପୁର, ପୁରୀ।
୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ