ମୌଳାଭଣଜା ପଞ୍ଚାୟତରେ ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଲେ କୋଭିଡ ୱାରିୟର ରୋଜାଲୀନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ସାନଖେମୁଣ୍ଡି ବ୍ଲକ ମୌଳାଭଣଜା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଜଣେ ମହିଳା କୋଭିଡ୧୯ ୱାରିୟର ସମ୍ମାନିତ ରୋଜାଳୀନ ବେହେରା । ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶୁକ୍ରବାର ଶେଷ ଦିବସ ରହିଥିବା ବେଳେ ମୌଲାଭଣଜା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ବହୁତ ଭିଡ ଜମି ରହିଥିଲା । ଶେଷ ଦିନରେ ପଞ୍ଚାୟତର ୧ରୁ ୧୮ ୱାର୍ଡର ପ୍ରସ୍ତାବକ ଓ ସମର୍ଥକ ମହିଳାମାନେ ଏକତ୍ରିତ ହୋଇ ହୁଳ ହୁଳି ଦେଇ ରୋଜଳୀନଙ୍କୁ ସମ୍ବର୍ଦ୍ଧନା ଦେଇ ପଞ୍ଚାୟତ ଅଫିସକୁ ପାଛୋଟି ନେଇଥିଲେ । ଦୀର୍ଘ ଦିନର ବ୍ୟବଧାନରେ ଏସସି ଆସନ ପାଇଁ ସଂରକ୍ଷଣ ଥିବା ବେଳେ ଗାଁର ଜଣେ ଉଚ୍ଚ ଶିକ୍ଷିତ ଯୁବତୀ ସରପଞ୍ଚ ପ୍ରାର୍ଥୀନୀ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଥିବାରୁ ସେମାନଙ୍କ ମଧ୍ୟରେ ଅନେକ ଆଗ୍ରହ ଉନ୍ମାଦନା ଦେଖାଦେଇଥିଲା । ରୋଜଳୀନଙ୍କ ମା ପଞ୍ଚାୟତରେ ଅଶାଦିଦି ଭାବେ ଦୀର୍ଘ ବର୍ଷ ହେଲା ସେବା ଦେଇ ଆସୁଛନ୍ତି । ସେହିପରି ବିଏସସି ନର୍ସିଂ ପଢୁଆ ଛାତ୍ରୀ ରୋଜଳିନ ମଧ୍ୟ କୋଭିଡ୧୯ ସମୟରେ ସ୍ୱାସ୍ଥ୍ୟ ବିଭାଗରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ସମ୍ପ୍ରତ୍ତି ସେ ଚାକିରୀ ଛାଡି ଥିବା ବେଳେ ସମାଜସେବା ପାଇଁ ମନ ବଢ଼ାଇ ଗାଁର ମହିଳା ମାନଙ୍କ ସହଯୋଗରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବୋଲି ସେ କହିଛନ୍ତି ।