ମୌଳିକ ସଂଖ୍ୟାଜ୍ଞାନ ଓ ଭାଷା ଭିତ୍ତିକ ପ୍ରଶିକ୍ଷଣ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଟିଲୋ, ତରାପୁର, ଆଡିଆ, ଚାଇଁପୁର, ରାମଚନ୍ଦ୍ରପୁର ଆଞ୍ଚଳିକ ସାଧନ କେନ୍ଦ୍ରର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଉତ୍ସର୍ଗୀକୃତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ମୌଳିକ ସଂଖ୍ୟାଜ୍ଞାନ ଓ ଭାଷା ଆଧାରିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧ମ, ୨ୟ, ୩ୟ ଶ୍ରେଣୀର ପଢୁଥିବା ପିଲା ମାନଙ୍କର ଭାଷା ଓ ଗାଣିତିକ ଦକ୍ଷତା ଏବଂ ଉପଲବ୍ଧି ସ୍ତରକୁ ପରିବୃଦ୍ଧି କରିବା, ନୂତନ ଶିକ୍ଷାନୀତି-୨୦୨୦ ଏବଂ ନିପୁଣ ଭାରତ ସଂପର୍କୀତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୟାଧର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଟିଲୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ, ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଭୟ କୁମାର ପ୍ରଧାନ, ମଙ୍ଗୁଲି ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ପର୍ଶୁରାମ ନାୟକ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଜଗତ୍ଜୀବନ ଜେନା, ହଳଧର ସେଠୀ, ସୁଧିର କୁମାର ବାରିକ, ବନମାଳୀ ନାୟକ, ସୁକାନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।