ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡାସ୍ଥିତ ବନବିହାରୀ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଆଗରପଡ଼ାର ଅଧ୍ୟକ୍ଷ ଡ. କାର୍ତ୍ତକେଶ୍ୱର ରାଉଳ, ମୁଖ୍ୟ ବକ୍ତା ଭାବେ ଡି.ଆଇ.ଇ.ଟି., ଆଗରପଡ଼ାର ବରିଷ୍ଠ ଶିକ୍ଷକ ତଥା ପ୍ରଶିକ୍ଷକ ନିର୍ମଳ କୁମାର ସେଠୀ, ସମ୍ମାନୀତ ଅତିଥି ଭାବେ ଚାଇଁପୁର କ୍ଲଷ୍ଟରର ସିଆରସିସି ସୁଧୀର କୁମାର ବାରିକ, ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ୟାକତ ଅଲ୍ଲୀ, ସମାଜସେବୀ ସେକ୍ ଜଲାଲଉଦ୍ଦିନ୍ ଯୋଗ ଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ଓ ବିଦ୍ୟାଳୟର ନିୟମିତ ଉପସ୍ଥାନର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବିବରଣୀ ପାଠ, ଶିକ୍ଷକ ରବି ନାରାୟଣ ଜେନା ଅତିଥି ପରିଚୟ, ଶିକ୍ଷକ ରମେଶ ପ୍ରସାଦ କର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସତ୍ୟ ରଞ୍ଜନ ଦାସ, ଶିକ୍ଷକ ରମଜାନ ଅଲ୍ଲୀ, ସେକ୍ ଆଜାହାରୁଦ୍ଦିନ୍, ପ୍ରଫୁଲ୍ଲ କୁମାର ମଳିକ, ବିଶ୍ୱନାଥ ମାଝୀ, ଶିକ୍ଷୟିତ୍ରୀ ଦୀପ୍ତିରେଖା ସାହୁ, ଝିଲିରାଣୀ ଘଡ଼େଇ, ବୀଣାପାଣି ମହାକୁଡ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, ସଭ୍ୟ ଶଶିକାନ୍ତ ଜେନା, ସେକ୍ ରହେବର ଅଲ୍ଲୀ, ସଭ୍ୟା ବାସନ୍ତୀ ନାୟକ, ସରସ୍ୱତୀ ସାହୁ, ଊଷାରାଣୀ ସାହୁ, କାବେରୀ ବେହେରା, ରାଧାରାଣୀ ବେହେରାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


