ମୌଳିକ ସୁବିଧାରୁ ବଞ୍ଚିତ ଜାରାପଙ୍ଗ ଗ୍ରାମବାସୀ ତୁରନ୍ତ ଦୃଷ୍ଟି ନ ଦେଲେ ରାଜରାସ୍ତାକୁ ଓଲ୍ହାଇବେ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତର ଜାରାପଙ୍ଗା ଗାଁ ସ୍ୱାଧୀନତା ର ଦୀର୍ଘବର୍ଷ ପରେ ବି ଏହି ଉପାନ୍ତ ଅଞ୍ଚଳର ଜନସାଧାରଣ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ନା ଅଛି ଶିକ୍ଷା ବ୍ୟବସ୍ଥା ନା ରାସ୍ତା ଘାଟ ନା ପାନୀୟ ଜଳ ବ୍ୟବସ୍ଥା ।ଜାରାପଙ୍ଗାବାସୀଙ୍କୁ ବର୍ତ୍ତମାନ କେବଳ ଭଙ୍ଗା କାଠ ପୋଲ ଭରସା। ଏପର୍ଯ୍ୟନ୍ତ ପ୍ରଶାସନ ର ନଜର ପଡିନି ଗ୍ରାମ ଉପରେ । ଏହି ଗ୍ରାମଟି ସ୍ୱାଧୀନତା ପର ଠାରୁ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥା ରେ ରହି ଆସିଛି । ପାନୀୟ ଜଳ କହିଲେ ବର୍ଷ ତମାମ ବିଲ ମଝିରେ ଥିବା ଚୁଆ ପାଣି ଭରସା । ଶିକ୍ଷା ବ୍ୟବସ୍ଥା ନ କହିବା ଭଲ ତେବେ ଏହି ଅଞ୍ଚଳ ରେ ୬୫ରୂ ୭୦ ଘର ବସ ବାସ କରୁଥିବା ବେଳେ ୫୦୦ରୁ ଉର୍ଦ୍ଧ୍ଵ ଜନସାଧାରଣ ରହୁଛନ୍ତି !ଆଜି ବି ଏହି ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ହୋଇପାରିନି ।ଏହି ଗ୍ରାମକୁ ଯିବାକୁ ହେଲେ ଆର.ଡି. ବିଭାଗର ରାସ୍ତା ଠାରୁ ମାତ୍ର ଅଧା କିଲୋମିଟର ହେଲେ ଅନ୍ୟ ପଟେ ରବିଙ୍ଗିଆ ଦେଇ ଯିବାକୁ ହେଲେ ୨ କିମି ରୁ ଉର୍ଦ୍ଧ୍ବ ରାସ୍ତା ଯିବାକୁ ପଡୁଛି । ବର୍ତ୍ତମାନ ଦୀର୍ଘ ବର୍ଷ ପରେ ବି ପ୍ରଶାସନ ର ନଜର ପଡ଼ିନଥିବା ଯୋଗୁଁ ଏହି ଗାଁ ରେ ଗ୍ରାମବାସୀଙ୍କ ତରଫରୁ ନିଜ ଖର୍ଚ୍ଚରେ ନିଜ ପରିଶ୍ରମ ରେ ନିର୍ମାଣ କରା ଯାଇଥିବା କାଠ ପୋଲ ୫ ବର୍ଷ ରୁ ଉର୍ଦ୍ଧ୍ବ ହେବ ଭଙ୍ଗା ଅବସ୍ଥା ରେ ପଡି ରହିଛି ସବୁଠାରୁ ପରିତାପର ବିଷୟ ଏହି ରାସ୍ତା ଦେଇ ପ୍ରତିଦିନ କୋମଳ ମତି ଶିଶୁ ମାନେ କଟାପଙ୍ଗା ଅଙ୍ଗନବାଡି କେନ୍ଦ୍ର କୁ ଯିବାକୁ ପଡୁଥିବା ବେଳେ ଗ୍ରାମର ଜନସାଧାରଣ ମଧ୍ୟ ସବୁ କାମରେ ଏହି ଭଙ୍ଗା କାଠପୋଲକୁ ଭରସା। ତେବେ ବର୍ଷା ଅଧିକ ହେଲେ ସବୁ ବନ୍ଦ । ଏ ବାବଦରେ ଗ୍ରାମବାସୀଙ୍କ ତରଫରୁ ନିର୍ବାଚିତ ପ୍ରତିନିଧି, ପଲ୍ଲୀ ସଭା , ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ, କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ତେବେ ପ୍ରଶାସନ ଏ ଦିଗରେ ତୁରନ୍ତ ଧ୍ୟାନ ଦେଇ ପୋଲ ନିର୍ମାଣ ସହ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଗ୍ରାମ ବାସି ଦାବି କରିଛନ୍ତି । ଅନ୍ୟ ପଟେ ଗ୍ରାମର ନନ୍ଦ କହଁର, ସାଙ୍ଗ କହଁର, ରଞ୍ଜନ କହଁର, ଶୁକ କହଁର ପ୍ରମୂଖ ପୋଲ ନିର୍ମାଣ ନ କଲେ ରାଜ ରାସ୍ତାକୁ ଓଲ୍ହାଇ ବାକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ