ମୌଳିକ ସୁବିଧାରୁ ବଞ୍ଚିତ ଜାମ୍ବେଡ଼ି ଓ ଗଣ୍ଡେନି ଗ୍ରାମବାସୀ

କୋରାପୁଟ, (ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କେ.ଜାଗୁଗୁଡା, ପଞ୍ଚାୟତ ଅନ୍ତର୍ଗତ ଯାmମ୍ବେଡି ଓ ଗଣ୍ଡେନି ଦୁଇଟି ଗ୍ରାମ । ଏହି ଦୁଇ ଗ୍ରାମ ବନ୍ଧୁଗାଁ ବ୍ଲକ ସଦମହକୁମା ଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଦୁଇଟି ଗ୍ରାମରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି । ଗ୍ରାମବାସୀ ମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ଯାମ୍ବେଡ଼ି ଗ୍ରାମରେ ୧୦ଟି ଓ ଗଣ୍ଡେନି ଗ୍ରାମରେ ୯ ଟି ଆଦିବାସୀ ପରିବାର ପ୍ରାୟ ୨୫ ବର୍ଷ ହେବ ବସବାସ କରିଆସୁଛନ୍ତି । ଝାମ୍ବେଡି ଓ ଗଣ୍ଡେନି ଗ୍ରାମକୁ ଯିବାକୁ ହେଲେ ଡେରେକା ଗ୍ରାମରୁ ତିନୋଟି ପାହାଡ଼ ଚଢ଼ି ପ୍ରାୟ ୩ କିଲୋମିଟର ଦୂର ଚାଲି, ଚାଲି ଯାଇ ଗୋଟିଏ ନଦୀ ପାର କରିବାକୁ ପଡ଼ିଥାଏ । ଗ୍ରାମର କୌଣସି ରୋଗୀ ବା କୌଣସି ଗର୍ଭବତୀ ମହିଳା ମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ନେବାକୁ ହେଲେ ଛଅ କିଲୋମିଟର ପର୍ଯ୍ୟନ୍ତ ଭାରରେ ବୋହି ଆମ୍ବୁଲାନ୍ସ ଯୋଗେ ବନ୍ଧୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥାଏ । ଗ୍ରାମବାସୀଙ୍କ ପାଖରେ କୌଣସି ଚାରା ନଥିବାରୁ ପାହାଡ଼ ଉପରେ ଚାଷ କାମ କରି ପେଟ ପୋଷନ୍ତି I ଯାମ୍ବେଡି ଗ୍ରାମରେ ଗୋଟିଏ ନଳକୂପ ମଧ୍ୟ ଅଛି କିନ୍ତୁ ସେହି ନଳକୂପ ରୁ ଗୋଳିଆ ପାଣି ବାହାରୁଥିବା ଯୋଗୁଁ ତାହା କୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରୁନି ଗ୍ରାମବାସି ବାଧ୍ୟ ହୋଇ ନଦୀ ଓ ଝରଣା ପାଣି ଉପରେ ଭରସା କରୁଛନ୍ତି । ସେଠିକାର ଲୋକେ ଅଧିକାଂଶ ସମୟରେ ଦୈନିକ ଜୀବନ ଯାପନ ନିମନ୍ତେ ସଉଦା ପତ୍ର ପାଇଁ ୧୩ କିଲୋମିଟର ଦୂର କୁମ୍ଭାରିପୁଟ ର ଶନିବାର ହାଟb ନଚେତ୍ ବୁଧବାର ଦିନ ଡୁମାଡ଼ଙ୍ଗର ହାଟ ଉପରେ ଭରସା କରନ୍ତି l ଯାମ୍ବେଡି ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଟିଏ ନ ଥିବା ବେଳେ ପିଲାଙ୍କ ପଢିବା ନିମନ୍ତେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ। ସରକାର ଙ୍କ ତରଫରୁ ସେଠାରେ ପ୍ରାଥମିକ ବିଦ୍ୟାଳୟ,ଅଙ୍ଗନୱାଡି କେନ୍ଦ୍ର , ପାନୀୟ ଜଳର ବ୍ୟବସ୍ଥା ଓ ସବୁଦିନିଆ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ ଉପକୃତ୍ ହୋଇପାରିବେ ବୋଲି ଅତି କ୍ଷଭ, ଅଶ୍ରୁଳ ଓ କୋହଭରା କଣ୍ଠରେ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ