ମୌଳିକ ସୁବିଧା ରୁ ବଞ୍ଚିତ ଗ୍ରାମବାସୀ

ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୧୮ କିମି ଦୂରରେ ଅବସ୍ଥିତ କ୍ଷେତମୁଣ୍ଡାଳି ପଂଚାୟତର ବନ୍ତ। ଗ୍ରାମ। ଏହି ଗାଁ ଏକ ଅଭିଶପ୍ତ ଗ୍ରାମ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଗ୍ରାମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କାଯ୍ୟକାରୀ ହୋଇଛି କିନ୍ତୁ ତାହା କୌଣସି କାଯ୍ୟକୁ ନୁହେଁ। ଗୋଟିଏ ପଟେ ସରକାର ଆମ ଗାଁ ଆମ ବିକାଶ ର ନାରା ଦେଉଥିବା ବେଳେ ଏହି ଗ୍ରାମରେ ବିକାଶ ଯେମିତି ଅପହଞ୍ଚ ଲାଗୁଛି। ସ୍ୱାଧୀନତା ର ୭୪ ବର୍ଷ ପରେ ଡିଜିଟାଲ ଦୁନିଆରେ ଥାଇ ମଧ୍ୟ ଏହି ଗ୍ରାମକୁ କୌଣସି ପ୍ରକାରର ମୋବାଇଲ ନେଟୱାର୍କ ଆସୁନି ଯାହା ଏହି ଗ୍ରାମର ମୁଖ୍ୟ ସମସ୍ୟା। ଫଳରେ ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ବର୍ତ୍ତମାନ ହୋଇଥିବା ଅନଲାଇନ କ୍ଲାସ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ସେହିପରି ଯେ କୌଣସି ଜରୁରୀକାଳୀନ କାଯ୍ୟ ପାଇଁ ଏଠାକାର ଲୋକ ମାନେ ଗ୍ରାମଠାରୁ ୨/୩ କିମି ଦୁରକୁ ଗଲେ ନେଟୱାର୍କ ଆସୁଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କିପରି ଭାବରେ କାଯ୍ୟକାରୀ ହେଉଛି ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶର ଯୋଜନା! ସେହିପରି ପାନୀୟ ଜଳ ଯୋଗାଣ , ପରିମଳ ବ୍ୟବସ୍ଥା ଓ ଗ୍ରାମ ଦେଇଯାଇଥିବା ରାସ୍ତା ଅନ୍ୟ ଏକ ସମସ୍ୟା । ଗ୍ରାମବାସୀ ଙ୍କ ଅଭିଯୋଗ ପ୍ରକାରେ ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। କିନ୍ତୁ ପାଣି ଛଡ଼ାଯିବା ପାଇଁ ନିୟୋଜିତ ହୋଇଥିବା ବ୍ୟକ୍ତିଙ୍କୁ ଦରମା ଦିଆଯାଉନଥିବା ରୁ ତାହାକୁ ସେ ସୁଚାରୂପେ ତୁଲାଉ ନାହାନ୍ତି ଓ ନିଜ ଇଚ୍ଛା ମୁତାବକ ପାଣି ଛାଡ଼ୁଛନ୍ତି । ଯାହା ଫଳରେ ଅନେକ ସମୟରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ପରିମଳ ବ୍ୟବସ୍ଥା ନାମରେ ଆସୁଥିବା ଟଙ୍କା କୁ ଖର୍ଚ୍ଚ କରାଯିବା ବଦଳରେ ଟଙ୍କା କୁ ଆତ୍ମସାତ କରାଯାଉଛି। ଫଳରେ ଗ୍ରାମର ଅନେକ ଜାଗାରେ ମଇଳା ଜମା ହୋଇ ରହିବା ସହ ଲୋକେ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ଗ୍ରାମ ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା କହିଲେ ନସରେ । ବର୍ଷା ରେ ଏହି ରାସ୍ତାରେ ଚାଲିଯିବା ମଧ୍ୟ ସମ୍ଭବ ହେଉନାହିଁ । ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନ କୁ କୁହାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଏ ନେଇ ଆମେ ଜଗନ୍ନାଥପ୍ରସାଦ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା ଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି ଅତିଶୀଘ୍ର ପାନୀୟ ଜଳ ସମସ୍ୟା ଓ ପରିମଳ ବ୍ୟବସ୍ଥା ର ସମାଧାନ କରାଯିବା ସହ ଉକ୍ତ ଗ୍ରାମ ଦେଇଯାଇଥିବା ରାସ୍ତାଟି ଆର.ଡି ବିଭାଗ ଅଧୀନରେ ଆସୁଥିବା ରୁ ସେ ଏ ନେଇ ଆର.ଡି ବିଭାଗ ସହ ଆଲୋଚନା କରିବେ। ଅପରପକ୍ଷରେ ସ୍ଥାନୀୟ ସରପଞ୍ଚ ନିଳାଞ୍ଚଳ ଖିଲାର କହିଛନ୍ତି ସେ ବିରୋଧୀ ଦଳର ନିର୍ବାଚିତ ସଦସ୍ୟ ହୋଇଥିବାରୁ ଶାସକ ଦଳର କିଛି ନେତା ରାଜନୈତିକ ଆକ୍ରୋସ ରଖି ତାଙ୍କୁ ପଂଚାୟତ ର ବିକାଶ କରିବା ପାଇଁ ଦେଉନାହାନ୍ତି। ତଥାପି ସେ ଉକ୍ତ ଗ୍ରାମ ରାସ୍ତା ନିର୍ମାଣ ପାଇଁ ଆର.ଡି ବିଭାଗ ସହ ଆଲୋଚନା କରିଛନ୍ତି। ଉକ୍ତ ରାସ୍ତା କାମ ଚାଲୁରହିଛି। ଧୀରେ ଧୀରେ ବନ୍ତ। ଗାଁ କୁ ମଧ୍ୟ ଆସିବ। ଏଥି ପାଇଁ ଗ୍ରାମବାସୀ ବିବ୍ରତ ନ ହେବାକୁ ସେ କହିଛନ୍ତି ଏବଂ ପାଣି ଛାଡିବା ପାଇଁ ନିଯୁକ୍ତ ହୋଇଥିବା ଉକ୍ତ ବ୍ୟକ୍ତି ଙ୍କୁ ଦରମା ଦେବା ପାଇଁ ସେ ଗ୍ରାମ ସେବକଙ୍କୁ କହିଥିଲେ ମଧ୍ୟ କିଛି ରାଜନୈତିକ ଚାପରେ ସେ ଏହା କରୁନାହାନ୍ତି। ଯାହା ଫଳରେ ଏହି ସମସ୍ୟା ଉପୁଜିଥିବା ସେ କହିଛନ୍ତି। ହେଲେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଗ୍ରାମରେ ଅନେକ ସମସ୍ୟା ଥିଲେ ମଧ୍ୟ ପ୍ରଶାସନ ନଜରକୁ କିପରି ଆସୁନାହିଁ? ଡିଜିଟାଲ ଦୁନିଆରେ ଥାଇ ମଧ୍ୟ ଏହି ଗ୍ରାମବାସୀ କାହିଁକି ଜରୁରୀକାଳୀନ ସେବାରେ ଆସୁଥିବା ମୋବାଇଲ ନେଟୱାର୍କ ରୁ ବଞ୍ଚିତ? ରାଜନୀତିର ଏହି ଚକାପଞ୍ଚା ମଧ୍ୟର ବଳି ପଡୁନାହିଁକି ନିରୀହ ଗ୍ରାମବାସୀ ଙ୍କ ମୌଳିକ ସୁବିଧା ସୁଯୋଗ? ଆଶା କରୁଛୁ ଖବର ପ୍ରଶାରଣ ପରେ ସରକାର ଓ ପ୍ରଶାସନର ନିଦ ଭାଙ୍ଗିବ ଓ ଗ୍ରାମବାସୀ ଙ୍କ ଏହି ସମସ୍ୟା ଦୂର ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ