ମୌଳିକ ସ୍ୱାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଶୀର୍ଷକ ଜନଭାଗୀଦାରୀ କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ହରିହର ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ମୌଳିକ ସ୍ୱାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଶୀର୍ଷକ ଜନଭାଗୀଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଗନା ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ରଜନୀ ସେଠୀ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉଦ୍‌ଘାଟନ କରିଥିଲେ । ଏଥିରେ ଶିକ୍ଷାବିତ୍ ହୃଷିକେଶ ବାରିକ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସିଆରସିସି କୂଳପ୍ରଭା ସୂଆର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ, ସହକାରୀ ଶିକ୍ଷକ ନିରାକର ଜେନା, ରତିକାନ୍ତ ନାୟକ, ସୁରେନ୍ଦ୍ର କୁମାର ପଣ୍ଡା, ଶେଷଦେବ ଜେନା, ଶିକ୍ଷୟିତ୍ରୀ ରାଧାରାଣୀ ପଣ୍ଡା, ଏସ୍‌.ଏମ୍‌.ସି ସଭାପତି କହ୍ନେଇ ସାହୁଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ