ମୌସୁମୀକୁ ଚାତକ ହୋଇ ଚାହିଁ ବସିଛନ୍ତି ବସୁଧା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି l ଏହାକୁ ରୋକ ଲଗାଇବା ପାଇଁ ଜିଲ୍ଲାପ୍ରଶାସନ ପୁରା ଦମ ରେ ଲାଗି ପଡିଛନ୍ତି l ସେପଟେ କରୋନା ଦାଉରୁ କିପରି ରକ୍ଷା ପାଇବେ ଲୋକମାନେ ଚିନ୍ତା ରେ ଘରେ ବସିଛନ୍ତି l କେବେ କରୋନା ରୁ ମୁକ୍ତ ହେବେ ଲକ ଡାଉନ ହଟିବ l ସ୍ୱାଭାବିକ ଅବସ୍ଥା ଫେରିବ l ଅନ୍ୟ ପଟେ ଚାଷୀ ମାନଙ୍କ ଚିନ୍ତା ମଧ୍ୟ ବଢ଼ି ଚାଲିଛି, ଗୋଟେପଟେ ସ୍ୱଳ୍ପ ବୃଷ୍ଟିପାତ ଅନ୍ୟପଟେ ସାରର ଅଭାବ ବିକ୍ରି, ଜିଲ୍ଲାର ଗରିବ ଚାଷୀ ମାନେ ଚିନ୍ତିତ।ଏପରି ବର୍ଷାଭାବ ଏବର୍ଷ ଚାଷୀମାନଙ୍କ ମନରେ ଧାନ ଚାଷ ନେଇ ଆଶଙ୍କା ସୃଷ୍ଟି କଲାଣି। ତଳି ଓ ରୁଆ କାର୍ଯ୍ୟ ମଧ୍ୟ ଏନେଇ ମନ୍ଥର ଗତିରେ ଚାଲିଛି।ବର୍ଷା ଅଭାବରୁ ଅଧିକାଂଶ ବୁଣା ଜମି ମଧ୍ୟ ଗଜା ମରୁଡି ହେବା ସହ ଧାନ ତଳି ଗୁଡିକ ପୋଡ଼ିଗଲାଣି,ଏପଟେ କରୋନା ପ୍ରଭାବ ଯୋଗୁଁ ଅନେକ ଚାଷୀ ଧାନ ବିକ୍ରି କରିପାରିନଥିବା ବେଳେ ବୁଣାଯାଇଥିବା ଧାନ ମରୁଡି ହେବାରେ ଲାଗିଲାନି। ବିଶେଷ ଭାବରେ ଛତ୍ରପୁର ବ୍ଳକ ର ବଡ଼ ମାଧପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ବରଙ୍ଗ ଗ୍ରାମ ର ଚାଷୀମାନେ ଚାଷ ପାଇଁ ବର୍ଷା ଜଳକୁ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି। ଏହି ଖରିଫ ଋତୁରେ ଏଠାକାର ଚାଷୀ ଧାନ ଫସଲକୁ ମୁଖ୍ୟ ବେଉସା ଭାବରେ ଗ୍ରହଣ କରିଥାନ୍ତି। ମାତ୍ର ଜୁଲାଇ ମାସ ଶେଷ ହେବାକୁ ବସିଲାଣି ମୌସୁମିର ଦେଖାନାହିଁ। ତେଣୁ ଗ୍ରାମର ଚାଷୀ ଭାଇ ଓ ଭଉଣୀ ମାନେ ଗ୍ରାମ ରୁ ଦୁଇ କିଲୋମିଟର ଦୁରକୁ ଯାଇ ପାଣି ହାଣ୍ଡି ଏବଂ ମାଠିଆ ଯୋଗେ ବୋହି ଆଣି ତଳି ରେ ପକାଉଥିବା ଦେଖିବାକୁ ମିଳିଥିଲା l ତେଣୁ ସେମାନେ ଦାବୀ କରୁଛନ୍ତି ଆମ କ୍ଷେତ କୁ ସରକାରଙ୍କ ପକ୍ଷରୁ ପାଣି ଯୋଗାଇବା ବ୍ୟବସ୍ଥା କରିଲେ ଆମେ ଉପକୃତ ହେବୁ l ଆଗକୁ ଯଦି ବର୍ଷା ନହୁଏ ତାହେଲେ ଚାଷ କାର୍ଯ୍ୟରେ ଗୁରୁତର ପ୍ରଭାବିତ ହେବା ସହ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ଚାଷୀ ନେତା ବିଜୟ ଗୌଡ଼, ଅବନୀମହାପାତ୍ର ଓ ସପନ ନାହାକ ମଧ୍ୟ କହିଛନ୍ତି । ସେହିପରି ବଡ଼ ମାଧପୁର ଗ୍ରାମ ପଂଚାୟତ ରେ ପାଣି ଅଭାବ ରୁ ଧାନ ତଳି ପୋଡି ଗଲାଣି ଜିଲ୍ଲାପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ସରପଞ୍ଚ ଶରତ ଖୁଣ୍ଟିଆ ଏବଂ ସମିତି ସଭ୍ୟ ଏନ. କ୍ରିଷ୍ଣା ରେଡ୍ଡୀ ଅନୁରୋଧ କରିଛନ୍ତି l ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗର କର୍ମଚାରୀମାନେ କରୋନା ନିମନ୍ତେ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉନାହାନ୍ତି।ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାର ସମସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡିକ କାର୍ଯ୍ୟକ୍ଷମ କରିବା ସହିତ କେନାଲରେ ପାଣି ଛାଡି ଧାନ ତଳି ବଞ୍ଚିବାକୁ ଦେବା ନିମନ୍ତେ ବହୁ ଚାଷୀ ଏବଂ ରୁଷିକୂଲ୍ୟା ରୟତ ମହାସଭାଙ୍କ ତରଫରୁ ମଧ୍ୟ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ