ମୌସୁମୀର ପ୍ରଥମ ବର୍ଷ।ରେ ଜାତୀୟ ରାଜପଥରେ ଗାଡିଆ ଭ୍ରମ

ଭୂବନ, (ଓ୍ବାଇଏନ୍ଏସ୍) : ଭୁବନ ଅଂଚଳରେ ମୌସୁମୀର ପ୍ରଥମ ବର୍ଷାରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଫଳରେ ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ମୁଖ୍ୟରାସ୍ତାରେ ଗାଡିଆର ଭ୍ରମ ସୃଷ୍ଟି ହୋଇଛି । ୫୩ ନମ୍ବର ଜାତୀୟ ରାଜପଥରେ ଏବେ ୪ ଥାକିଆ ରାସ୍ତାକାମ ଓ ବାଇପାସ ନିର୍ମାଣ ଚାଲିଥିବା ବେଳେ ସହର ମଧ୍ୟଦେଇ ଯାଇଥିବା ରାସ୍ତାଟି ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଛି । ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ସେପଟେ ୪ ଟିିକିଆ ରାସ୍ତା କାମ ଯେତେ ଅଗ୍ରଗତି ହେଉଛି ଏପଟେ ପୁରୁଣା ରାସ୍ତା ଭାଙ୍ଗିରୁଜି ନଷ୍ଟହୋଇ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହେଉଛି । ବାଇପାସ ରାସ୍ତା ନିର୍ମାଣ କମ୍ପ୍ଲିଟ ହୋଇ ନଥିବାରୁ ଦୈନିକ ଶତାଧିକ କୋଇଲା ବୋଝେଇ ଟ୍ରକ ଓ ବାଲି ବୋଝେଇ ହାଇବ୍ୱା ଟ୍ରକ ଚାଲିବା ଫଳରେ ରାସ୍ତା ଅତ୍ୟନ୍ତ ଖରାପ ହେଉଛି । ଭୁବନର ପ୍ରବେଶ ପଥ ଅନନ୍ତପୁର ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ୭ କିମି ରାସ୍ତାରେ ହଜାରେ ରୁ ଉର୍ଦ୍ଧ୍ୱ ଖାଲ ସୃଷ୍ଟି ହୋଇଛି । ବର୍ଷା ହେବା ଫଳରେ ଖାଲରେ ପାଣି ଜମି କୃତ୍ରିମ ଗାଡିଆ ସୃଷ୍ଟି ହୋଇଛି ଓ ପ୍ରତିଦିନ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି । ବାଇକ ଆରୋହୀ ମାନେ କେତେବେଳେ ଖାଲରେ ପଡୁଛନ୍ତି ତ କେତେବେଳେ କାଦୁଅପାଣି ଛିଟିକାରେ ଗାଧୋଇ ପଡୁଛନ୍ତି । ଅତିତରେ ଏହି ରାସ୍ତାକୁ ନେଇ ଅନେକ ଆନ୍ଦୋଳନ ହୋଇଛି । ଆନ୍ଦୋଳନ ପରେ ବିଭାଗ ତରଫରୁ କେବଳ ଯାହିତାହି ମରାମତି କରି କାମ ସାରି ଦେଉ ଥିବାରୁ ନିର୍ମାଣର କିଛିଦିନ ପରେ ରାସ୍ତା ଅବସ୍ଥା ପୁଣି ଯଥାପୂର୍ବଂ ତଥା ପରଂ ହୋଇଯାଉଛି । ବର୍ଷା ଆରମ୍ଭରୁ ଅବସ୍ଥା ଅସମ୍ଭାଳ ହେଲାଣି, ଆଗକୁ ଶ୍ରାବଣ ମାସରେ ଲଗାଣ ବର୍ଷା ହେଲେ ଏହି ରାସ୍ତାରେ ଯିବା ଆସିବା ସଂପୂର୍ଣ୍ଣ ବନ୍ଦ ହୋଇଯିବ । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ରାସ୍ତା ନିର୍ମାଣ/ମରାମତି କରିବାକୁ ଦାବି ହୋଇଛି ଅନ୍ୟଥା ଲକଡାଉନ ରେ ମଧ୍ୟ ରାସ୍ତାରୋକ ଆନ୍ଦୋଳନ କରିବାକୁ ଚେତାବନି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ