ମ୍ୟାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମାସ୍କ ବଣ୍ଟନ ଓ ସାନିଟାଇଜେସନ କରାଇଲେ ବିଧାୟକ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର-୨୬ ମେ ୨୦୨୦ ଓଡ଼ିଶାର ୬୦ଟି କେନ୍ଦ୍ରରେ ମେଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ ହୋଇଛି ।ମହାମାରୀ ‘କରୋନା’ର ସଂକ୍ରମଣ ରୋକିବା ପାଇଁ ମୂଲ୍ୟାଙ୍କନ କେନ୍ଦ୍ର ରେ ରାଜ୍ୟ ସରକାରଙ୍କ ତରଫରୁ ସାମାଜିକ ଦୂରତା ,ମାସ୍କ ପିନ୍ଧିବା, ଏବଂ ସାନିଟାଇଜଜସନକୁ ପାଳନ କରିବା ପାଇଁ କଡାକଡି ନିର୍ଦ୍ଦେଶ ଦିଆଯାଇଛି ।ଆଜି ପ୍ରଥମ ଦିନରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଖାତା ଦେଖା ପୂର୍ବରୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଭାରାପ୍ରପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାଳିକ, ଶିକ୍ଷକ/ଶିକ୍ଷୟତ୍ରୀ,ପ୍ରମୁଖ ଉପସ୍ଥିତ ଥିବାସମୟରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ପହଞ୍ଚି ସମସ୍ତଙ୍କୁ ମାସ୍କ ବଣ୍ଟନ କରିବା ସହ ସାନିଟାଇଜେସନ କରାଇଥିଲେ । ତାଙ୍କ ସହ ତାଙ୍କ ପ୍ରତିନିଧି କିଶୋର କୁମାର ରଜକ, ଜିଲ୍ଲା ରେଡ଼କ୍ରସ ଜୁନିୟର ଅଫିସର ସ୍ମୂତି ରଂଜନ ପାଣି ପ୍ରମୁଖ ସହାୟତା କରିଥିଲେ । ବିଧାୟକଙ୍କ ଏଭଳି ସଚେତନ ମୂଳକ କାର୍ଯ୍ୟକ୍ରମ କୁ ଶିକ୍ଷକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।


