ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ଏହା ପୂର୍ବରୁ ସମେଟିଭ-୧ ପରୀକ୍ଷା ସରିଥିବା ବେଳେ ଆଜି ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସମେଟିଭ-୨ ବା ଶେଷ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ୧୧୪ ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୩ହଜାର୭୬ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିବା ଜଣାପଡିଛି। ଏଥିପାଇଁ ୧୧ଟି ସଂଯୁକ୍ତ କେନ୍ଦ୍ର ଓ ୨୩ଟି ପ୍ରଶ୍ନପତ୍ର ଆବଣ୍ଟନ ଦଳ ଗଠନ କରାଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ ଭଦ୍ରକ ବ୍ଲକର୧୯ଗୋଟି କେନ୍ଦ୍ର, ବାସୁଦେବପୁର ବ୍ଲକରେ ୨୨, ଭଣ୍ଡାରିପୋଖରୀ ବ୍ଲକରେ ୧୦ଟି କେନ୍ଦ୍ରରେ ମାଟ୍ରିକ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ସେହିଭଳି ବନ୍ତ ବ୍ଲକରେ ୧୩ଗୋଟି କେନ୍ଦ୍ର, ଚାନ୍ଦବାଲିରେ ୨୦, ଧାମନଗରରେ ୧୭ ଓତିହିଡି ବ୍ଲକର ୧୪ଗୋଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ