ମ୍ୟାଟ୍ରିକ ଵ୍ୟାଚ ବନ୍ଧୁ ମିଳନ ଉତ୍ସବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ସରସଦା ଉଚ୍ଚ ବିଦ୍ୟାଳୟ ଠାରେ ୨୦୦୬ ମସିହା ମ୍ୟାଟ୍ରିକ ବ୍ୟାଚ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତି ନୈବେଦ୍ୟ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଵିଇଓ ଅଧିର କୁମାର ତରାଇ,ସମ୍ମାନୀତ ଅତିଥି ସିଆରସିସି,ଵିଶ୍ଵରଞ୍ଜନ ଷେଣ୍ଢ, ନିମନ୍ତ୍ରିତ ଅତିଥି ପ୍ରାକ୍ତନ ଶିକ୍ଷକ ଵିଦ୍ୟାଧର ସାହୁ,ନାରାୟଣ ଚନ୍ଦ୍ର ରାଉତ,ନଟଵର ରାଉଳ,ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ମଞ୍ଜୁଳା ନାୟକ,ନାରାୟଣ ପ୍ରଧାନ,ଝୁନୁରାଣୀ ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ଵିଦ୍ୟାର୍ଥୀ ମାନେ ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ