ମ୍ୟାନ କାଇଣ୍ଡି ଔଷଧ କମ୍ପାନୀ ପକ୍ଷରୁ ସହିଦ ପରିବାରଙ୍କୁ ସହାୟତା
ନାଉଗାଁ,( ଯୁଗାବ୍ଦ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗ୍ରାମର ସହିଦ ପ୍ରସନ୍ନ ସାହୁଙ୍କ ପରିବାରକୁ ମ୍ୟାନ କାଇଣ୍ଡି ଔଷଧ କମ୍ପାନୀ ତରଫରୁ ଅଢେଇ ଲକ୍ଷ ଟଙ୍କାର ସହାୟତା ରାଶି ସୋମବାର ପ୍ରଦାନ କରାଯାଇଛି । କମ୍ପାନୀର ଆଂଚଳିକ ପରିଚାଳକ ରାଜେଶ ପଣ୍ଡା,ସ୍ଥାନୀୟ ଡାକ୍ତର ସର୍ବେଶ୍ୱର ପରିଡା, କମ୍ପାନୀ ପ୍ରତିନିଧି ଜ୍ଞାନରଂଜନ ଶତପଥି ପ୍ରମୁଖ ଯୋଗ ଦେଇ ସହିଦ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଅଢେଇ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଯଦି ଭବିଷ୍ୟତରେ କୌଣସି ସାହାର୍ଯ୍ୟର ଆବଶ୍ୟକତା ପଡେ କମ୍ପାନୀ ପକ୍ଷରୁ ସହଯୋଗ କରାଯିବ ବୋଲି ଆଂଚଳିକ ପରିଚାଳକ ଶ୍ରୀ ପଣ୍ଡା କହିଥିଲେ ।