ମ୍ୟୁଜିକାଲ ଆଲବମ୍ ଫୋଲ୍ଡିଂ ଛତା ଘୋଡ଼ିର ଶୁଭ ମହୁରତ

ଭୁବନେଶ୍ୱର, ( ଯୁଗାବ୍ଦ ନ୍ୟୁଜ୍) : ‘ଫୋଲ୍ଡିଂ ଛତା ଘୋଡ଼ି କୁଆଡ଼େ ଯାଉଛ ମତେ ଟିକେ ନିଅ, ପ୍ରେମର ଏ ବରଷାରେ ଭିଜିବି କି ନାହିଁ ଥରେ କହିଦିଅ’ । ଏମିତି ଏକ ରୋମାଣ୍ଟିକ୍ ଗୀତକୁ ନେଇ ମ୍ୟୁଜିକାଲ ଆଲ୍ବମ୍ ପ୍ରସ୍ତୁତ ହୋଇଛି ଯାହାର ଗୀତ ଦୃଶ୍ୟର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସୁଟିଂ ଫ୍ଲୋରକୁ ଆସିବା ଆଗରୁ ଏଇ ମ୍ୟୁଜିକାଲ ଆଲ୍ବମ୍ର କଳାକାର ଓ ନାଗରିକମାନଙ୍କୁ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ପ୍ରଯୋଜକଙ୍କ ସମେତ ‘ଫୋଲ୍ଡିଂ ଛତା ଘୋଡ଼ି’ରେ ଥିବା ଗୀତର ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଯୁବକବି ସରୋଜ ବଳ, କଣ୍ଠଶିଳ୍ପୀ ଅମ୍ରିତା, କୋରିଓଗ୍ରାଫର ତଥା ଗୀତଦୃଶ୍ୟର ପ୍ରେମିକ ସାଜିଥିବା ଅଭିନେତା ପ୍ରିୟାଂଶୁ ପ୍ରିୟଦେବ ଓ ପ୍ରେମିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତ୍ରୀ କଳ୍ପନା । ଚିତ୍ର ଉତ୍ତୋଳକ ଅଶୋକ, ଗୀତଦୃଶ୍ୟରେ ଅଂଶଗ୍ରହଣ କରୁଥିବା ସହଯୋଗୀ ନୃତ୍ୟଶିଳ୍ପୀମାନେ ଏବଂ ୟୁନିଟ୍ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଡେନିମ୍ ଆଣ୍ଡ ବ୍ଲୁଜ୍ ଡ଼୍ୟାନ୍ସ କ୍ଲାସ କ୍ୟାମ୍ପସରେ ଏଇ ମ୍ୟୁଜିକାଲ ଆଲ୍ବମ୍ର ଶୁଭ ମହୁରତକୁ ନେଇ ସମସ୍ତଙ୍କ ଭିତରେ ଉତ୍ସାହ ଦେଖା ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ