ମ୍ୟୁଜିକ ସିଜଲର୍ସ ପକ୍ଷରୁ ମେଘ ଉତ୍ସବ ଆୟୋଜିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ ଲଗେଜ୍ ବିକ୍ରୟ ଷ୍ଟୋର ଲଗେଜ୍ ଆଣ୍ଡ୍ ମୋର୍ ପକ୍ଷରୁ ଏକ ଲକି ଡ୍ର ଏବଂ ମ୍ୟୁଜିକ୍ ସିଜଲର୍ସ ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ମୁଖ୍ୟ ନିର୍ଦ୍ଦେଶକ ଇଞ୍ଜିନିୟର ପ୍ରସନ୍ନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସୋମବାର ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଲକି ଡ୍ର ମାଧ୍ୟମରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାରମାନ ବିଜେତାମାନଙ୍କୁ ବଣ୍ଟନ କରାଯାଇଥିଲା । ଦଶଗୋଟି ସାନ୍ତ୍ୱନାମୂଳକ ସମେତ ଦୁଇଟି ତତ୍କାଳ ପୁରସ୍କାର ମଧ୍ୟ ଉପଯୁକ୍ତ ଗ୍ରାହକ ମାନଙ୍କୁ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ସିନେକ୍ରିଟିକ୍ ଆସୋସିଏସନ୍ର ସମ୍ପାଦକ ଶ୍ରୀ ଦିଲ୍ଲୀପ ହାଲି, ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ଲିମିଟେଡ୍ର ଏମ୍.ଡି. ଶ୍ରୀ ଚିଦାନନ୍ଦ ମିଶ୍ର ଏବଂ ଲୋଟସ୍ ମିନ୍ଟ ୱେଲ୍ଥ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶ୍ରୀ ବିଭୁତି ଭୂଷଣ ଦାଶ ଶୁଭାରମ୍ଭ କରିଥିଲେ । ଉକ୍ତ ସଙ୍ଗୀତ ଧମାକାରେ ଭାଗ ନେଇଥିବା କଣ୍ଠଶିଳ୍ପୀମାନେ ହେଲେ ସୀମା ମହାନ୍ତି, ପୁଷ୍ପା, ଅରୁଣିମା, ସୀମା ଚକ୍ରବର୍ତ୍ତୀ, ନିହାରୀକା, ପ୍ରଭାତ, ସମୀର, ନିଲତ୍, କୈଳାସ, ସିଦ୍ଧାନ୍ତ ଓ ଅନ୍ୟମାନେ । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ସଞ୍ଚାଳନ କରିଥିଲେ ଘୋଷକ କୁମାର ଗୌରବ ପଣ୍ଡା ଫେସ୍ବୁକ୍ ଜରିଆରେ ପ୍ରସାରଣ କରିଥିଲେ ଷ୍ଟୁଡିଓ ମ୍ୟୁଜିକ୍ ସିଜଲର୍ସ । ଏହି ଅବସରରେ ଲଗେଜ୍ ଆଣ୍ଡ୍ ମୋର୍ ବ୍ୟବସାୟିକ ପ୍ରତିଷ୍ଠାନ ତରଫରୁ ଶୁଭଦର୍ଶିନୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ ଧନେଶ୍ୱର, ଶିବା ଓ ସୁରେଶ ।


