ମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ପ୍ରତି ବଢୁଛି ଶ୍ରମିକଙ୍କ ଆଗ୍ରହ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ପାଇଁ କଟକଣା କୋହଳ ପରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯାଇ ଅଧିକରୁ ଅଧିକ ଶ୍ରମିକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଶୁକ୍ରବାର ସୁଦ୍ଧା ବ୍ଲକର ୧୨ ଗୋଟି ପଞ୍ଚାୟତରେ ବିଭିନ୍ନ ବିଭାଗର ୧୬୧ଟି ପ୍ରକଳ୍ପ କାମ ଆରମ୍ଭ କରାଯାଇଛି। ଏଥିରେ ୩ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ନିୟୋଜିତ ହୋଇଛନ୍ତି। ଲକ୍‌ଡାଉନ ଯୋଗୁ ଘରେ ଖାଲିରେ ବସିଥିବା ବିଭିନ୍ନ ଶ୍ରମିକ ଶ୍ରେଣୀର ଲୋକ ବର୍ତ୍ତମାନ ମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରିବାକୁ ଆଗ୍ରହ ଦେଖାଉଛନ୍ତି। ପୂର୍ବାପେକ୍ଷା ଅଧିକା ଶ୍ରମିକ ବର୍ତ୍ତମାନ ସାମିଲ ହେଉଛନ୍ତି। ରାଇକିଆ ବିଡ଼ିଓ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ଶ୍ରମିକଙ୍କୁ ମାସ୍କ ବଣ୍ଟନ ଏବଂ ସାବୁନରେ ହାତ ଧୋଇବାକୁ ସଚେତନ କରାଇଥିଲେ। ଶ୍ରମିକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଅଧିକା ପ୍ରକଳ୍ପ ଯେପରି କାର୍ଯ୍ୟକାରୀ ହୋଇ ପାରିବ ଏବଂ ଶ୍ରମିକ ସାମିଲ ହୋଇ ପାରିବେ ସେ ନେଇ ପଦକ୍ଷେପ ନିଆ ଯାଉଥିବା ଏପିଓ କେଦାର ପଣ୍ଡା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ