ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀରେ ମହିଳା ଚିତ୍ରକଳା ଶିବିର ଉଦ୍ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ ) :ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ୨୬ ଜଣ ମହିଳା ଚିତ୍ରଶିଳ୍ପୀମାନଙ୍କୁ ନେଇ ଏକ ଚିିତ୍ରକଳା ଶିବିର ଅନୁଷ୍ଠିତ ହୋଇଥିଲା । ଆଜି ଉଦ୍ଯାପନ ଦିବସରେ ମୁଖ୍ୟଅତିଥି ଭାବେ ସ୍ତମ୍ଭକାର, ଗାଳ୍ପିକା ଛନ୍ଦା ମିଶ୍ର ଯୋଗଦେଇ ମହିଳାମାନେ ଚିତ୍ରକଳା ମାଧ୍ୟମରେ ଯେଉଁ ଦିଗ୍ଦର୍ଶନ ସମାଜକୁ ଦେଉଛନ୍ତି, ତାହା ବାସ୍ତବିକ ଈଶ୍ୱର ପ୍ରଦତ୍ତ କଳା । ପ୍ରାରମ୍ଭରେ ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ୧୮ ବର୍ଷ ଧରି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରତିବର୍ଷ ମହିଳାମାନଙ୍କୁ ନେଇ ଏହି ଚିତ୍ରକଳା ଶିବିର ଅନୁଷ୍ଠିତ ହେଉଥିବାରୁ ସେ ଚିତ୍ରଶିଳ୍ପୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ଗ୍ୟାଲେରୀ ଉପଦେଷ୍ଟା କଳା ସମୀକ୍ଷକ ଦିଲ୍ଲୀପ ହାଲି ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀର ଏପରି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ପରେ ପରେ ୨୬ ଜଣ ଚିତ୍ରଶିଳ୍ପୀଙ୍କର ଏକ କ୍ୟାଟ୍ଲଗ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀର ପରି•ଳକ ସୁବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ