ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ କୋଭିଡ ଟିକାଦାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହର ଉପକଣ୍ଠ ମେଘଡମ୍ବରୁସ୍ଥିତ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲରେ କୋଭିଡ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା, ଉପାଧ୍ୟକ୍ଷ ତଥା ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟିକାକରଣ ସୁଚାରୁରୂପେ ପରିଚାଳିତ ହୋଇଥିଲା । ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା୧୫ରୁ ୧୮ ବର୍ଷ ବୟସର କିଶୋର କିଶୋରୀଙ୍କୁ ଟିକା ପ୍ରଦାନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ସହଯୋଗ କ୍ରମେ ଧାର୍ଯ୍ୟ ସମୟ ମଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଥିବା ଶିକ୍ଷକ ପ୍ରଦୀପ ବାରିକ ସୂଚନା ଦେଇଛନ୍ତି । ଉତ୍ତମ ଶିକ୍ଷାଦାନ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ମାନିସକ, ଶାରୀରିକ ଓ ବୌଦ୍ଧିକ ବିକାଶ ଉପରେ ଏହି ବିଦ୍ୟାଳୟ ସର୍ବଦା ଗୁରୁତ୍ୱ ଦେଇଆସିଛି । ଛାତ୍ରଛାତ୍ରୀମାନେ ଟିକା କେନ୍ଦ୍ରକୁ ଯିବା ପରିବର୍ତ୍ତେ ବିଦ୍ୟାଳୟରେ ଟିକା ନେବା ପାଇଁ ବ୍ୟବସ୍ଥା କରାଯାଇଥବା ଶିକ୍ଷକ ଶ୍ରୀ ବାରିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ