ମଡ଼ିକାଲ ସର୍ଭିସ ସେଣ୍ଟର ତରଫରୁ ଫନୀ କ୍ଷତିଗ୍ରସ୍ତ ଅଞ୍ଚଳରେ ମେଡ଼ିକାଲ କ୍ୟାମ୍ପ

ଭୁବନେଶ୍ୱର,( ଯୁଗାବ୍ଦନ୍ୟୁଜ)ଫନୀ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ପୁରୀ ସହରର ବିଭିନ୍ନ ବସ୍ତି ଓ ବ୍ରହ୍ମଗିରି ବ୍ଲକର ବିଭିନ୍ନ ଗ୍ରାମରେ ମେଡ଼ିକାଲ ସର୍ଭିସ ସେଣ୍ଟର ଉଦ୍ୟୋଗରେ ମେଡ଼ିକାଲ କ୍ୟାମ୍ପମାନ ଆୟୋଜନ କରାଯାଇଛି । ଭୟଙ୍କର ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ବିଭିନ୍ନ ଚିକିତ୍ସା କରାଯାଇ ଆବଶ୍ୟକ ଔଷଧ ବିତରଣ କରାଯାଇଛି । ମେଡ଼ିକାଲ ଚିକିତ୍ସା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ତଥା ସଂଗଠନର ଶୁଭେଚ୍ଛୁମାନଙ୍କଠାରୁ ସଂଗୃହୀତ ଅର୍ଥରେ ଏହି କ୍ୟାମ୍ପ ପରି·ଳନା କରାଯାଇଛି । ମେଡ଼ିକାଲ ସର୍ଭିସ ସେଣ୍ଟର ଓଡ଼ିଶା ରାଜ୍ୟ ସଭାପତି ଡ଼କ୍ଟର ସୁରଜିତ ସାହୁଙ୍କ ନେତୃତ୍ୱରେ ଡ଼କ୍ଟର ସଞ୍ଜୟ ମଲ୍ଲିକ, ଡ଼କ୍ଟର ପଞ୍ଚାନନ ପ୍ରଧାନ, ଡ଼କ୍ଟର ମନୋରଞ୍ଜନ ମହାକୁଡ଼, ଡ଼କ୍ଟର ସଂଗ୍ରାମ ବ୍ରହ୍ମ, ଡ଼କ୍ଟର କେମାଲାର, ଡ଼କ୍ଟର ଦିପୀକା, ଡ଼କ୍ଟର ସୁଲେମାନ, ମେଡ଼ିକାଲ ଛାତ୍ର ଅଲୋକ ମେହେର, ତନ୍ମୟ ମେହେର, ସଞ୍ଜୟ ନାୟକ, ସୌମ୍ୟକାନ୍ତି ନନ୍ଦ, ସୂର୍ଯ୍ୟକାନ୍ତ ପ୍ରମୁଖ ଉକ୍ତ କ୍ୟାମ୍ପଗୁଡ଼ିକୁ ପରି·ଳନା କରିଥିଲେ । ଚଳିତ ସପ୍ତାହରେ ପୁରୀର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ମେଡ଼ିକାଲ କ୍ୟାମ୍ପ ଆୟୋଜନ କରାଯିବ ବୋଲି ସଂଗଠନ ତରଫରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ