ସ୍କୁଲରୁ କାର ଯୋଗେ ଫେରୁଥିବା ସମୟରେ ବାଟରୁ ଅପହୃତ ହେଲେ ସ୍କୁଲ ଶିକ୍ଷକ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ସ୍କୁଲରୁ କାର ଯୋଗେ ଫେରୁଥିବା ସମୟରେ ବାଟରୁ ଅପହୃତ ହେଲେ ସ୍କୁଲ ଶିକ୍ଷକ
ଏଭଳି ଘଟଣା ଘଟିଛି ମୟୁରଭଞ୍ଜ କରଞ୍ଜିଆ ଥାନା ଯଶିପୁର କରଞ୍ଜିଆ ରାସ୍ତାର କାଳିକାପୁର ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ OD 05BW6791 କିଆ କାର ଯୋଗେ ଯଶିପୁର ବ୍ଲକ ଏକତାଳି ପଞ୍ଚାୟତ ର ଧୁଡୁକୁ ଗ୍ରାମ ର ସ୍କୁଲ ରେ ଶିକ୍ଷକତା କରୁଥିବା ଶିକ୍ଷକ ରବିନ୍ଦ୍ରନାଥ ସିଂଙ୍କୁ ସ୍କୁଲରୁ ନିଜ କରଞ୍ଜିଆ ସ୍ଥିତ ବାସଭବନ କୁ ଫେରୁଥିବା ସମୟରେ କରଞ୍ଜିଆ ଯଶିପୁର ରାସ୍ତା ର କଳିକାପୁର ନିକଟରେ ଦୁଇଟି ଗାଡ଼ିରେ ଗୋଟିଏ ବୋଲେରୋ ଓ ଗୋଟିଏ କାର ଆସିଥିବା ଦୁର୍ବୁତ୍ତ ଅପହରଣ କରିନେଇଥିଲେ ଘଟଣା ସମ୍ପର୍କରେ ସୂଚନା ମିଳିବାପରେ କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଁଚି ଛାନ ଭିନ କରିଥିଲା ଓ ଅପହୃତ ଶିକ୍ଷକ ଙ୍କ କାର କୁ ଥାନାକୁ ଆଣି ଅଧିକ ତଦନ୍ତ ଜାରିରଖିଥିଲା ଶିକ୍ଷକଙ୍କୁ ଅପହରଣ, ସ୍ତ୍ରୀ ଦେଲେ ଏତଲା ପୋଲିସ ର ତଦନ୍ତ ଜାରୀ ପରେ ସନ୍ଧ୍ୟା ସମୟରେ ଅପହୃତ ଶିକ୍ଷକ ଙ୍କ ସହଧର୍ମିଣୀ ଓ ସହଯୋଗୀ, ସଳା କରଞ୍ଜିଆ ଥାନା ରେ ଏତଲା ଦେବାକୁ ଉପସ୍ଥିତ ହୋଇଥିଲେ ଘଟଣା ସମ୍ପର୍କ ରେ ଅପହୃତ ଶିକ୍ଷକ ଙ୍କ ସହଧର୍ମିଣୀ ବା ସଳା କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ନିଜ ନାମ ମଧ୍ୟ ପ୍ରକାଶ କରିନାହାନ୍ତି ଅପହୃତ ଶିକ୍ଷକ ଜଣଙ୍କ ଅନଲାଇନ ଟ୍ରେଡିଙ୍ଗ ବ୍ୟବସାୟ ରେ ସମ୍ପୃକ୍ତ ରହିଥିବା ଓ କ୍ରିପ୍ଟ କରେନ୍ସୀ ବ୍ୟବସାୟ ଅପହରଣ ର କାରଣ ହୋଇଥାଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି