ମୟୁରଭଞ୍ଜ ଜିଲ୍ଲାପାଳଙ୍କ କରଞ୍ଜିଆ ସହରରୁ ସମ୍ପୂର୍ଣ୍ଣ ଜବରଦଖଲ ଉଛେଦ ନିର୍ଦେଶ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କ କରଞ୍ଜିଆ ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ କରଞ୍ଜିଆରେ ଲାଗିରହିଥିବା ଟ୍ରାଫିକ ସମସ୍ୟା ସଂପର୍କରେ ଲଗାତାର ୪ ଥର ଅଭିଯୋଗ ପରେ ପୁନର୍ବାର ଆଜି କରଞ୍ଜିଆ ପ୍ରଗତୀ ମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ଓ ଏସ୍‌ପି ବରୁଣ ଗୁଣ୍ଡୁପାଲିଙ୍କୁ
ଗୁହାରି କରିଥିଲେ । ଅଭିଯୋଗ ଅନୁଯାୟୀ; କରଞ୍ଜିଆ ସହରରେ ଟ୍ରାଫିକ୍ ସମସ୍ୟା ବିଗିଡ଼ି ଗଲାଣି ଯେଉଁଥିପାଇଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ପାକିଂ ବ୍ୟବସ୍ଥା ନଥିବାରୁ ଲୋକମାନେ ରାସ୍ତା ଉପରେ ଗାଡ଼ି ଛିଡ଼ା କରି କିଣାକିଣି କରୁଛନ୍ତି। ଯାହାଫଳରେ ଅଯଥାରେ ଟ୍ରାଫିକ୍ ଜାମ୍ ହେଉଛି। ଯଥାଶୀଘ୍ର ପାକିଂ ବ୍ୟବସ୍ଥା ସହିତ ରାସ୍ତାକୁ ଜବରଦଖଲ କରି ମାଡିବସି ଦୋକାନ ଓ ଗୃହ ନିର୍ମାଣ କରି ଥିବା ଦୋକାନୀ ଓ ଗୃହକୁ ଚି଼ହ୍ନଟ କରି ଜବରଦଖଲ ଉଛେଦ କରାଯାଉ ବୋଲି ଅନୁରୋଧ କରାଯାଇଥିଲା । ଜିଲ୍ଲାପାଳ ଏହାକୁ ଗମ୍ଭୀରତା ସହିତ ନେଇ ଉପଜିଲ୍ଲାପାଳ ଓ ଉପଖଣ୍ଡ ପୋଲିସ ଅଧିକାରୀ, କରଞ୍ଜିଆ ତହସିଲଦାର ଙ୍କୁ ତୁରନ୍ତ ଜବରଦଖଲ ସମସ୍ୟା ର ସମାଧାନ ସହିତ ସମ୍ପୂର୍ଣ୍ଣ ଜବରଦଖଲ ଉଛେଦ କରିବାକୁ ନିର୍ଦେଶ ଦେବା ସହିତ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବାରମ୍ବାର ଅଭିଯୋଗ ଓ ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ କୌଣସି ଅଦୃଶ୍ୟ ଶକ୍ତି ଏଥିରେ ବାଧକ ସାଜି ଆସୁଛି
ଗତ ଜନ ଅଭିଯୋଗ ଶୁଣାଣି ଶିବିର ରେ ମଧ୍ୟ ଜବରଦଖଲ ଉଛେଦ କରିବାକୁ ତତ୍କାଳୀନ ଉପଜିଲ୍ଲାପାଳ ଓ କରଞ୍ଜିଆ ତହସିଲଦାର ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ
ତତ୍କାଳୀନ ଉପଜିଲ୍ଲାପାଳ ପ୍ରେମାଂଶୁଚାନ୍ଦ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ରେ ଜବରଦଖଲ ଉଛେଦ ନିମନ୍ତେ ନିଷ୍ପତି ହୋଇ ମାଇକ ଯୋଗେ ଜବରଦଖଲକାରୀ ଙ୍କୁ ୫ ଦିନ ମଧ୍ୟରେ ଯାଗାଖାଲି ନକଲେ ଉଛେଦ କରିବାକୁ ଚେତାବନୀ ଦେବା ସହିତ ନୋଟିସ ମଧ୍ୟ ଜାରୀ ହୋଇଥିଲା କିନ୍ତୁ ମାଇକ ଯୋଗେ ଘୋଷଣା ପରେ ପୁଣି ଅଦୃଶ୍ୟ ଶକ୍ତି ତାର କମାଲ ଦେଖାଇଥିଲା ଯାହା ସେହି ଅଦୃଶ୍ୟ ଶକ୍ତି ର ଶକ୍ତି ଓ ପ୍ରଶାସନ ର କାର୍ଯ୍ୟ ଦକ୍ଷତା ଉପରେ ବିରାଟ ପ୍ରଶ୍ନ ସୃଷ୍ଟି କରିଥିଲା
ପ୍ରଶାସନ କେବଳ କିଛି ଗରିବ ଶ୍ରେଣୀର ଗୁମୁଟି ଓ ଉଠାଦୋକାନୀ ଙ୍କୁ ନୋଟିସ କରି ଉଛେଦ କରିବାକୁ ନୋଟିସ ଜାରୀ କରିଆସିଛି
ସରକାର ବଦଳିଛି ବଦଳିଛନ୍ତି ପ୍ରଶାସକ କିନ୍ତୁ ସାରା ରାଜ୍ୟ ରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ବଡ଼ ବଡ଼ କୋଠା, ମଠ, ମନ୍ଦିର ଭଙ୍ଗା ଯାଇଥିଲେ ମଧ୍ୟ କରଞ୍ଜିଆ ରେ ଗୋଟିଏ ଇଞ୍ଚ ମଧ୍ୟ ଜବରଦଖଲ ଜମି ରୁ ଉଛେଦ ହୋଇପାରିନାହିଁ
କରଞ୍ଜିଆ ସହର ର ୨ଟି ମୁଖ୍ୟରାସ୍ତା କୁ କିଛି ମୁଷ୍ଟିମେୟ ଲୋକେ ଜବରଦଖଲ କରି ବଡ଼ ବଡ଼ କୋଠା ନିର୍ମାଣ କରି ଗୃହ ନିର୍ମାଣ ସହିତ ବ୍ୟବସାୟିକ ପ୍ରତିଷ୍ଠାନ ମାନ କରିଛନ୍ତି ଆଜକୁ ୩୦ ବର୍ଷ ପୂର୍ବରୁ ମୁଖ୍ୟରାସ୍ତା କିଛି ସ୍ଥାନରେ ୫୦ ରୁ ୬୦ ଫୁଟ ଓସାର ଥିଲା ସେହିସ୍ଥାନ ଏବେ ମାତ୍ର ୨୦ ଫୁଟ ଓସାର ରହିଛି
ଜିଲ୍ଲାପାଳ ଙ୍କ ସମ୍ପୂର୍ଣ୍ଣ ଜବରଦଖଲ ଉଛେଦ ନିର୍ଦେଶ ପରେ ପୁନର୍ବାର ୧୯୯୦ ମସିହା ର ନକ୍ସା ଅନୁଯାୟୀ ପୁନର୍ବାର ମାପ କରାଯାଇ ଜବରଦଖଲ ଉଛେଦ କରିବାକୁ ସାଧାରଣ ରେ ଦାବୀ ହେଉଛି
ପୁଣି କିଛି ଦଲାଲ ଶ୍ରେଣୀର ସ୍ଥାନୀୟ ନେତୃତ୍ୱ ଭିତିରି ବୁଝାମଣା କରି ପୁଣି ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ ସମ୍ପୂର୍ଣ୍ଣ ଜବରଦଖଲ ଉଛେଦ ନିର୍ଦେଶ କୁ ଫାଇଲ ତଳେ ଚାପି ରଖିବାକୁ ସମର୍ଥ ହେଉଛନ୍ତି ନା ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଅନୁପାଳନ ପୂର୍ବକ କରଞ୍ଜିଆ ସହର ରୁ ସମ୍ପୂର୍ଣ୍ଣ ଜବରଦଖଲ ଉଛେଦ ହେଉଛି ତାହା ଦେଖିବାକୁ ବାକି ରହିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ