ମୟୁରଭଞ୍ଜ ଜିଲ୍ଲାରେ ଆରଏସ୍‌ଏସ୍‌ର ସେବାକାର୍ଯ୍ୟ

ବାରିପଦା (ଓ୍ବାଇଏନ୍ଏସ୍) : କରୋନା, କୋଭିଡ଼-୧୯ ପାଇଁ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଅନେକ ଲୋକଙ୍କ ପାଇଁ ଏହା ଦାରୁଣ ବିପତି ଭାବେ ଉଭା ହୋଇଛି । ସମାଜରେ ଦୈନନ୍ଦିନ ରୋଜଗାର କରି ନିଜର ଜୀବକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ବିରାଟ ଆହ୍ୱାନ ସୃଷ୍ଟି କରିଛି । ମୟୁରଭଞ୍ଜ ଜିଲ୍ଲାର ସ୍ୱୟଂସବେକମାନେ ସେହି ଗରିବ ନିସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ଏକ କ୍ଷୁଦ୍ର ପ୍ରୟାସ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ମୟୁରଭଞ୍ଜ ତରଫରୁ ବାରିପଦା ନଗରରେ ୧୦ ଜଣ ସ୍ୱୟଂସେବକ ୧୦ଟି ସ୍ଥାନରେ ଶୁଖିଲା ଖାଦ୍ୟ, ଚା ଓ ଜଳ ବିତରଣ କରିଥିଲେ । ଶୁଳିଆପଦାର ୩ଟି ସ୍ଥାନରେ ୧୪ ଜଣ ସ୍ୱୟଂସେବକ ଜନ ଜାଗରଣ କରିଥିଲେ । ଶ୍ୟାମାଖୁଂଟାର ୩ଟି ସ୍ଥାନରେ ୧୦ ଜଣ ସ୍ୱୟଂସେବକ ଚାଉଳ, ପରିବା ଓ ମାସ୍କ ବଂଟନ କରିଥିଲେ । କପ୍ତିପଦାର ୩ଟି ସ୍ଥାନରେ ୧୦ ଜଣ ସ୍ୱୟଂସେବକ ରନ୍ଧାଖାଦ୍ୟ ବିତରଣ କରିଛନ୍ତି । ସାରସକଣାର ୩ଟି ଗ୍ରାମରେ ୧୦ ଜଣ ସ୍ୱୟଂସେବକ ଶୁଖିଲା ଖାଦ୍ୟ ବଂଟନ କରିବା ସହିତ ଜନ ଜାଗରଣ କରିଥିଲେ । ବେତନଟିରେ ୧୫ ଜଣ ସ୍ୱୟଂସେବକ ଘର ଘର ବୁଲି ସଚେତନ କରି କହିଥିଲେ କରୋନା ମହାମାରୀ ବିରୋଧରେ ଲଢିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର ଏକ ଦାୟିତ୍ୱ ରହିଛି । ଏହି ଲକ୍‌ଡାଉନ୍ ସମୟରେ ଆମକୁ ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ସମସ୍ତ ନିର୍ଦ୍ଦେଶର ପାଳନ କରିବାକୁ ହେବ । ଘରେ ରହିବା ସୁସ୍ଥ ରହିବା, ସାମାଜିକ ଦୂରତାର ପାଳନ କରିବା ଏବଂ ମାସ୍କ ପିନ୍ଧିବା । ଏସବୁ କଲେ ଏହି କରୋନା ଯୁଦ୍ଧରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସୈନିକ ହୋଇ ପାରିବେ ବୋଲି ବୁଝାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ