ମୟୁରଭଞ୍ଜ ଜିଲ୍ଲାରେ ନିର୍ବାଚନୀ ପ୍ରଚାର

ମୟୁରଭଞ୍ଜ ଜିଲ୍ଲାରେ ନିର୍ବାଚନର ଶେଷ ପର‌୍ୟ୍ୟାୟ ଏପ୍ରିଲ ୨୯ ପାଇଁ ଦଳ ମାନଙ୍କରେ ଆରମ୍ଭ ହେଇଛି ଜୋରଦାର ପ୍ରଚାର ପ୍ରସାର ।ଏଥିପାଇଁ ବାରିପଦା ସ୍ଥିତ ବିଜୁ ଜନତା ଦଳର ଜିଲ୍ଲା କାର‌୍ୟ୍ୟଳୟରେ ଏକ ମିଶ୍ରଣ ସମାବେଶ ଅନୁଷ୍ଠିତ ହେଇଯାଇଛି। ଏହି ମିଶ୍ରଣ ସମାବେଶରେ ବିଜେଡିର ଜିଲ୍ଲା ସଭାପତି ଦେବଶିଷ ମହାନ୍ତି ଙ୍କ ନେତୃତ୍ୱରେ ରାଇରଙ୍ଗପୁର ଅଞ୍ଚଳର ଝାଡ଼ଖଣ୍ଡ ମୁକ୍ତିମୋର୍ଚା ର ପ୍ରାୟ ୫୦ ରୁ ଉର୍ଦ୍ଧ କାର‌୍ୟ୍ୟ କର୍ତ୍ତା ମାନେ ବିଜେଡିରେ ମିଶିଥିଲେ। କେବଳ ସେତିକି ନୁହେଁ ଏହି ସମାବେଶରେ ବାରିପଦା ନିର୍ଵାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନୀ ସରୋଜିନି ହେମ୍ବ୍ରମ,ମୟୁରଭଞ୍ଜ ଜିଲ୍ଲାର ଲୋକସଭା ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ଏବଂ ବାରିପଦା ପୌରପରିଷଦର ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି ଙ୍କ ସମେତ ସମସ୍ତ କାର‌୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ। ହେଲେ ସେପଟେ ଏହି ଦଳୀୟ କାର‌୍ୟ୍ୟକ୍ରମରେ ଗଣେଶ ମିଶ୍ର ନାମକ ବ୍ୟକ୍ତିଙ୍କ ଦ୍ବାରା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାର ନଜରକୁ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ