ମୟୁରଭଞ୍ଜ ଜିଲ୍ଲା କୁ ରେଳବିଭାଗ ର କ୍ରମାଗତ ଅବହେଳା ପ୍ରତିବାଦ ରେ ବିଜେଡି ର ବିକ୍ଷୋଭ ପ୍ରଦର୍ଶନ ଓ ଦାବୀପତ୍ର ପ୍ରଦାନ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କେନ୍ଦ୍ରସରକାର କ୍ରମାଗତ ଭାବେ ମୟୁରଭଞ୍ଜ ଜିଲ୍ଲାକୁ ରେଳବାଇ କ୍ଷେତ୍ର ରେ ଅବହେଳା ପ୍ରତିବାଦ ରେ ବିଜେଡି ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ଓ ଉପଜିଲ୍ଲାପାଳ ଙ୍କ ମାଧ୍ୟମ ରେ କେନ୍ଦ୍ରରେଳମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ଆଜି ଦିବା ୧୧ଘଟିକା ସମୟ ରେ ସ୍ଥାନୀୟ ଡ଼ାକବଙ୍ଗଳା ନିକଟରୁ ଏକ ବିରାଟ ଶୋଭାଯାତ୍ରା ରେ କରଞ୍ଜିଆ ବଜାର ପରିକ୍ରମା ପରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ କେନ୍ଦ୍ରରେଳ ମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ମୟୁରଭଞ୍ଜ ଜିଲ୍ଲା ରେ ଆଖିଦୃଶିଆ କୌଣସି ପ୍ରକଳ୍ପ ରେଳ ବିଭାଗ ତରଫରୁ ନିଆଯାଇନାହିଁ ଏପରିକି ସ୍ୱାଧୀନତା ପୂର୍ବରୁ ମୟୁରଭଞ୍ଜ ମହାରାଜା ଙ୍କ ନିଜସ୍ୱ ପାଣ୍ଠି ରେ ନିର୍ମିତ ରେଳପଥ କୁ କେବଳ ଉନ୍ନତିକରଣ କରାଯାଇଥିବା ବେଳେ ଗୋଟିଏ ବି ନୂତନ ରେଳପଥ ଜିଲ୍ଲାରେ ପ୍ରତିଷ୍ଠା ହୋଇପାରିନାହିଁ। କେନ୍ଦ୍ରାସରକାର ବଜେଟ ରେ ମୟୁରଭଞ୍ଜ ଜିଲ୍ଲାର ରେଳବିକାଶ ନିମନ୍ତେ ମାତ୍ର ୧ ହଜାର ଟଙ୍କା ଅନୁଦାନ ଦେବା ଅତ୍ୟନ୍ତ ଲଜ୍ୟାଜନକ ଓ ଜିଲ୍ଲାବାସୀ ଙ୍କ ପ୍ରତି ଉପହାସ ଅଟେ। ମୟୁରଭଞ୍ଜଜିଲ୍ଲାର ଜନତା ବିଜେପି କୁ ୬ ଜଣ ବିଧାୟକ, ଜଣେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଦେଇଥିବା ବେଳେ ଏହା କଣ ତାହାର ପୁରସ୍କାର ନା ତିରସ୍କାର। ଆଗାମୀ ସମୟରେ ଯଦି ବାଦାମପାହାଡ଼ ଠାରୁ କେନ୍ଦୁଝର ଭାୟା ଯଶିପୁର କରଞ୍ଜିଆ ରେଳ ସଂଯୋଗ ଦିଗରେ କିଛି ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣକରି ତୁରନ୍ତ ଏଥି ନିମନ୍ତେ ଅର୍ଥ ମଞ୍ଜୁର ନକଲେ ଆଗାମୀ ସମୟରେ ଲଢେଇ ଜୋରଦାର ହେବ ବୋଲି ବକ୍ତା ମାନେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ ପରିଜା, ରାଜ୍ୟ ସରକାର ଙ୍କ ବିଜୁସେତୁ ଯୋଜନା ଉପଦେଷ୍ଟା ଦିଲ୍ଲୀପ ସାହୁ, କୃଷି ଶିଳ୍ପନିଗମ ର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଏସଡ଼ିସି ଉପାଧ୍ୟକ୍ଷା କମଳା ତିରିଆ, ବିଜେଡି ର ବରିଷ୍ଠନେତା ଗିରିଧାରୀ ପୃଷ୍ଟି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ମହେଶ ହେମ୍ବ୍ରମ,କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ରୋହିତ ପୃଷ୍ଟି,ଯଶିପୁର ର ପୂର୍ବତନ ବିଧାୟକ ମଙ୍ଗଲସିଂ ମୋଦି, ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା, କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାର୍ଣ୍ଡି, ବିଜେଡି ରାଜ୍ୟ ସମ୍ପାଦକ ତଥା ଯୁବ ଆଦିବାସୀ ନେତା ଚକ୍ରଧର ହେମ୍ବ୍ରମ,ଗୋଲୋକ ନାଏକ, ଜିଲ୍ଲା ସମ୍ପାଦକ ମହେଶ୍ୱର ନାୟକ, ଜିଲ୍ଲା ମହିଳା ଉପସଭାନେତ୍ରୀ ନମିତାଘାଣ୍ଟିଆଳି, ବିଦେଶୀ ରାଜ,କରଞ୍ଜିଆ ବ୍ଲକ ସଭାପତି ସତ୍ୟରଞ୍ଜନ ମହାନ୍ତ, ଯୁବ ସଭାପତି ବିକି ଅଲ୍ଲୀ, ଯୁବ ନେତା ସିପୁ ନାୟକ, ବିଶ୍ୱଜିତ ଚୌଧୁରୀ, ମାନ ଗୋବିନ୍ଦ ନାଏକ,ଗୋପ ଦଳେଇ, ବିଶ୍ୱନାଥ ସାହୁ,ପ୍ରମୁଖ ଙ୍କ ଯଶିପୁର ଓ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର ଶତାଧିକ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟସଭ୍ୟା,ସରପଞ୍ଚ,ସମିତି ସଭ୍ୟ କରଞ୍ଜିଆ ଏନଏସି ର ନିର୍ବାଚିତ ଜନପ୍ରତିନିଧି ସହିତ ପ୍ରାୟ ୫ ହଜାର ପୁରୁଷ ଓ ମହିଳା ଯୋଗଦେଇଥିଲେ।


