ମୟୁରଭଞ୍ଜ ଜିଲ୍ଲା ର ଭିନ୍ନ ଭିନ୍ନ ସ୍ଥାନରେ ପୃଥକ ପୃଥକ ବାଇକ୍ ଦୁର୍ଘଟଣା ରେ ତିନି ଜଣ ବାଇକ୍ ଆରୋହି ଗୁରୁତର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ଗ୍ରାମାଞ୍ଚଳ କାର୍ଯ୍ୟାଳୟ ବାଙ୍କ ନିକଟରେ ଏକ ଦୃତଗତି ବାଇକ୍ ଆସି ନୂତନ କିଣା ହୋଇଥିବା ସ୍ଖୁଟି ଗାଡିକୁ ଧକ୍କା ଦେବା ଫଳରେ ଅଁଳାଯୋଡି ଗ୍ରାମପଞ୍ଚାୟତ ଡକଢିହା ଗାଁ ର ଲବରୋ ନାଏକ୍ କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ତାଙ୍କ ଛାତିରେ ମାଡ ହେବା ସହ ଡାହାଣ ଗୋଡଟି ଭାଙ୍ଗି ଯାଇଛି । ସେହି ପରି ବହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ଗ୍ରାମାପଞ୍ଚାୟତ ର କୁଳୁତା ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପାଟପୁର ଗାଁ ର କାନ୍ଦା ନାଏକ ନିଜ ଶଶୁର ଘର ଅଶନା କୁ ଯିବା ବାଟରେ ବାଇକ୍ ବାଇକ୍ ଧକ୍କା ହେବାରୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା କୁ ଅଣାଯାଇଥିଲା । ମୂଣ୍ଡରେ ଆଘାତ ଲାଗିବାରୁ ପ୍ରଚୁର ରକ୍ତ ଶ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ସେହିପରି ବାଦାମପାହାଡ ଥାନା ଅନ୍ତର୍ଗତ ପଡିଆ ନିକଟରେ ବାଇକ୍ ବାଇକ୍ ଧକ୍କାରେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପାଣପୋଷି ଗାଁ ର ଅଶୋକ ମହାନ୍ତ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଇଥିଲେ । ଦୁଃଖର ବିଷୟ ଆଜି ରାଇରଙ୍ଗପୁର ଅଞ୍ଚଳରେ ଗାଡି ଓଲଟିଲା ଠାରୁ ଅନେକ ଘଟଣା ଦୁର୍ଘଟଣା ଘଟି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ