ମୟୁରଭଞ୍ଜ ଜିଲ୍ଲା ସମୂହ ବରିଷ୍ଠ ନାଗରିକ ସଂଘର ବୈଠକ
ବାରିପଦା,(ମୁରାରୀ ମୋହନ ମହାପାତ୍ର ):ମୟୁରଭଞ୍ଜ ଜିଲ୍ଲା ସମୂହ ବରିଷ୍ଠ ନାଗରିକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ କଲ୍ୟାଣୀ ମହିଳା ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ତିନିବର୍ଷ ପାଇଁ ନୂତନ କର୍ମକର୍ତା ନିର୍ବାଚନ ହୋଇ ଥିବା ବେଳେ, ସଭାପତି ଭାବରେ ପ୍ରଦୀପ୍ତ କିଶୋର ପଣ୍ଡା, ଉପସଭାପତି ଭାବରେ ମେଜର ରବୀନ୍ଦ୍ର ନାଥ ପରିଡା, ଯୋଗେନ୍ଦ୍ର ନାଥ ପଣ୍ଡା, ପୂର୍ଣଚନ୍ଦ୍ର ସାହୁ, ସୁନୀଲ କୁମାର ଦାଶ, ଅନିତା ସାହୁ, ସାଧାରଣ ସମ୍ପାଦକ ଭାବରେ ଡ଼କ୍ଟର ଶ୍ୟାମସୁନ୍ଦର ଦାସ ସମ୍ପାଦକ ଭାବରେ ଘାସିରାମ ମହାନ୍ତ, ପ୍ରସନ୍ନ କୁମାର ପଣ୍ଡା, ରବୀନ୍ଦ୍ର ନାଥ ମିଶ୍ର, ଉପେନ୍ଦ୍ର ନାଥ ପୁହାଣ, ନିରୋଜ କୁମାର ପଣ୍ଡା, ସହଯୋଗୀ ସମ୍ପାଦକ ଭାବରେ ରତ୍ନାକର ପାତ୍ର, କୋଷାଧ୍ୟକ୍ଷ ଭାବରେ ହେମନ୍ତ କୁମାର ଦାଶ ପ୍ରମୁଖ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି. ଏହି ଅବସର ରେ ବାରିପଦା ଠାରେ ଆୟୁର୍ବେଦିକ କଲେଜ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିଥିବାରୁ ରାଜ୍ୟ ସରକାରଙ୍କର ଉଦ୍ୟମ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା.ସେହିପରି ଶୀଘ୍ର ରସଗୋବିନ୍ଦପୁର ବିମାନବନ୍ଦର ଜମିଅଧିଗ୍ରହଣ ପାଈଁ ସରକାର ତତ୍ପର ହେବାପାଇଁ ମଧ୍ୟ ଅନୁରୋଧ ହୋଇଛି. ଆସନ୍ତା ବାର୍ଷିକ ସମିଳନୀ ଝାରପୋଖରୀଆରେ ଅନୁଷ୍ଠିତ ହେବାର ସ୍ଥିର ହୋଇ ଥିବାର ଜଣାଯାଇଛି.