ମୟୁରଭଞ୍ଜ ମହୋତ୍ସବ କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି ମୟୁରଭଞ୍ଜ ମହୋତ୍ସବ କମିଟି ର ଏକ ପ୍ରସ୍ତୁତି ବୈଠକ କରଞ୍ଜିଆ କଚେରୀ ଛକ ନିକଟ ପାଠାଗାର ଠାରେ ମୟୁରଭଞ୍ଜ ମହୋତ୍ସବ କମିଟି ର ଉପସଭାପତି ଚନ୍ଦ୍ର କୁମାର ଶ୍ୟାମଳେନ୍ଦୁ ଦାସ ଙ୍କୁ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ମହୋତ୍ସବ କମିଟି ର କାର୍ଯ୍ୟକାରୀ ସଭାପତି ରାକେଶ ସିଂ, ସମ୍ପାଦକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଅତିଥିରୂପେ ଯୋଗ ଦେଇଥିଲେ ଆଗାମୀ ମହୋତ୍ସବ ରେ କିଭଳି ଉପଖଣ୍ଡ ର ସାଂସ୍କୃତିକ ଦଳ ଗୁଡିକ ଭାଗନେବେ ତାହା ସହିତ ସଭ୍ୟ ସଂଗ୍ରହ ଉପରେ ଆଲୋଚନା ହୋଇଥିଲା କାର୍ଯ୍ୟକାରୀ ସଭାପତି ରାକେଶ ସିଂ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ ପାଞ୍ଚପିଢ଼ ଉପଖଣ୍ଡ ପାଇଁ ଏକ କମିଟି ଗଠନ କରାଯାଇଥିଲା ଏଥରେ ସଭାପତି ଭାବେ କର୍ଣ୍ଣାର୍ଜୁନ ସାହା, କାର୍ଯ୍ୟକାରୀ ସଭାପତି ଭାବେ ରୋହିତ ପୃଷ୍ଟି,ନାରାୟଣ ମାରାଣ୍ଡି, ଉପସଭାପତି ଜିତେନ୍ଦ୍ର ଦାସ ଅଧିକାରୀ, ଛତିଶଚନ୍ଦ୍ର ମହାନ୍ତ, ସମ୍ପାଦକ ଦୀପକ ମହାନ୍ତ, ସୁରେନ୍ଦ୍ର ନାୟକ, ସଂଯୁକ୍ତା ମହାନ୍ତି କାର୍ଯକାରୀ କମିଟି ସଭ୍ୟ ଭାବେ ପାର୍ଥପ୍ରସନ୍ନ ମିଶ୍ର, ଜିତେନ୍ଦ୍ର ରାଜ, ତନ୍ମୟ ଦାସ, ପ୍ରମୋଦ ସାହୁ, ଦିବ୍ୟେନ୍ଦୁ ବେହେରା, ସୁମନ୍ତ ମହାନ୍ତ, ସୁମନ୍ତ ପାତ୍ର ପ୍ରମୁଖ ଙ୍କୁ ମନୋନୀତ କରାଯାଇଥିଲା କାର୍ଯ୍ୟକ୍ରମ ରେ ବହୁ ସଂସ୍କୃତି ପ୍ରେମୀ ଙ୍କୁ ସହିତ ସାମ୍ବାଦିକ ବୃନ୍ଦ ଉପସ୍ଥିତ ଥିଲେ ସଭା ଶେଷ ରେ ମହୋତ୍ସବ କମିଟି ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ