ମୟୁରଭଞ୍ଜ ମିଶ୍ରଣର ଚୁକ୍ତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ):ବାରିପଦା କଲ୍ୟାଣୀ ମହିଳା ସମିତି ସଭା ଗୃହରେ ମୟୁରଭଞ୍ଜ ସିନିୟର ସିଟିଜେନ ଫୋରମ ର ସଭାପତି ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୟୁରଭଞ୍ଜ ମିଶ୍ରଣ ଦିବସ ପାଳିତ ହୋଇ ଯାଇଛି. ଆୟୋଜିତ ଅଧିବେସନ ରେ ଭାରତ ସ୍ୱାଧୀନତା ପରେ ମୟୁରଭଞ୍ଜ ଗାନ୍ଧୀ ଶରତ ଚନ୍ଦ୍ର ଦାସଙ୍କ ପ୍ରଧାନ ମନ୍ତ୍ରିତ୍ୱରେ ମୟୁରଭଞ୍ଜ ରାଜ୍ୟ ଏଗାର ମାସର ଉନ୍ନୟନ ମୂଳକ କାର୍ଯ୍ୟ, ମିଶ୍ରଣ ଚୁକ୍ତିର ସର୍ତ୍ତ, ସ୍ୱାଧିନତାର ଅଠସ୍ତରୀ ବର୍ଷର ମୟୁରଭଞ୍ଜ ଓ ଏହାର ଅନଗ୍ରସରତାର କାରଣ ଇତ୍ୟାଦି ପ୍ରତ୍ୟକ ବିନ୍ଦୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା. ମୁଖ୍ୟ ଅତିଥି ଭାବରେ ପୂର୍ବତନ ଲୋକାୟୁକ୍ତ ଡ଼. ଦେବବ୍ରତ ସ୍ୱାଇଁ ଯୋଗଦେଇ ଶିମିଳିପାଳ ରେ କଳାବାଘର ଅବସ୍ଥିଥି, ହାତି ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ ତଥ୍ୟ ପ୍ରଦାନ କରିଥିଲେ. ମୁଖ୍ୟ ବକ୍ତା ଭାବରେ ବର୍ଷୀୟାନ ଡ଼. ବିଜୟ କୁମାର ଅଗ୍ରୱାଲ ଯୋଗଦେଇ ମୟୁରଭଞ୍ଜ ମିଶ୍ରଣର ଚୁକ୍ତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନଥିବା ବକ୍ତବ୍ୟ ରଖିଥିଲେ.ଏହି ଅବସର ରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା ସମ୍ବର୍ଦ୍ଧିତ ହୋଇ ଥିଲେ. ସମ୍ବର୍ଦ୍ଧିତ ଅତିଥି ଭାବରେ ନଗରପାଳ ଶ୍ରୀ ମହାନ୍ତି ଏବଂ ଶ୍ରୀ ବେହେରା ମୟୁରଭଞ୍ଜ ବିକାଶରେ ବରିଷ୍ଠ ନାଗରିକଙ୍କ ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ. ସାଧାରଣ ସମ୍ପାଦକ ଡ଼ ଶ୍ୟାମସୁନ୍ଦର ଦାସ ସଭା ପରିଚାଳନା ଓ ବିବରଣୀ ପ୍ରଦାନ କରିଥିବା ବେଳେ, ଉପସଭାପତି କଳ୍ପନା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ. ପ୍ରାରମ୍ଭରେ ଦିବଂଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହଙ୍କ ଉଦେଶ୍ୟରେ ଦୁଇ ମିମିଟ ନିରବ ପ୍ରାଥନା କରାଯାଇଥିଲା. ବୈଠକରେ ନବାଗତ ସଦସ୍ୟ ପ୍ରଶାନ୍ତ ମହାନ୍ତ, ଭଗବତୀ ଦାଶ, ଅଚ୍ୟୁତ ପ୍ରସାଦ ମହାପାତ୍ର, ପଙ୍କଜିନୀ ସାହୁ, କୋମଳ ଲୋଚନ ମହାକୁଡ଼, ଓ ବାସନ୍ତୀ ଦେ ଙ୍କୁ ସ୍ୱାଗତ କରାଯାଇଥିଲା. ସଦସ୍ୟ ମୋତିଲାଲ ଗୁପ୍ତା ଓ ଦେବାଶିଷ ଦାସ ଲକି ଡ୍ର ପରିଚାଳନ କରି ସାତ ଜଣ ବିଜେତାଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଇ ଥିଲେ. ସଦସ୍ୟ ସୁଶାନ୍ତ କୁମାର ପାତ୍ର, ସରୋଜ କୁମାର ମିଶ୍ର, କୁମାର ରଞ୍ଜନ ପଣ୍ଡା, ବାସନ୍ତୀ ମହାପାତ୍ର, ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ. ପରିଶେଷରେ ସଭାପତି ଓ ସାଧାରଣ ସମ୍ପାଦକଙ୍କ ସହିତ ଡ଼. ସୁଶାନ୍ତ କୁମାର ପାତ୍ର, କୁମାର ରଞ୍ଜନ ପଣ୍ଡା, ଶୋଭନା ଆଚାର୍ଯ୍ୟ, ସବିତା ମିଶ୍ର, ହିମାଂଶୁ ମହାନ୍ତି, ରମାକାନ୍ତ ମହାନ୍ତି, ପ୍ରଫୁଲ ଚନ୍ଦ୍ର ଦାଶ, କାନନ ଆଢ୍ୟ, ମେଜର ରବୀନ୍ଦ୍ର ପରିଡା, ଓ ବରେନ୍ଦ୍ର ମହାନ୍ତି ଧାନଷୋଳ ଗ୍ରାମ ଯାଇ ବୃଦ୍ଧ ବୃଦ୍ଧା ଶିଶୁ ମାନଙ୍କୁ କମ୍ବଳ ଓ ପୋଷାକ ପ୍ରଦାନ କରି ଥିଲେ.